Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଜାଡରେ ଥରୁଛି ସାରା ଓଡିଶା, ଥରାଇବ ଆଉ ୨୪ଘଣ୍ଟା

14/01/2020 at 8:50 AM

ଭୁବନେଶ୍ବର ୧୪।୧: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଜାଡରେ ଥରୁଛି ସାରା ଓଡିଶା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ଘଣ୍ଟା ଯାଏଁ ସାରା ଓଡିଶାରେ ଅସହ୍ୟ ଥଣ୍ଡା ଲାଗି ରହିବ । ଅନୁଗୋଳ, ଦେବଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଶୀତର ପ୍ରକୋପ ଅଧିକ ରହିବାର ସମ୍ଭାବନା ରହିଛି ।

ରାଜ୍ୟବାସୀ ଜାଡରୁ ରକ୍ଷା ପାଇବା ପାଇଁ କଲବଲ ହେଉଛନ୍ତି । କେଉଁଠି ଚା ଦୋକାନରେ ଲୋକଙ୍କ ଭିଡ ତ କେଉଁଠି ନିଆଁ ପୁଆଁଉଥିବା ଚିତ୍ର ଦେଖାଦେଇଛି । ଓଡିଶାର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

   Related Posts