ଭିନ୍ନ ରୂପରେ ଲେଉଟିଲା ଶୀତ, ୫ ଦିନ ପର୍ଯ୍ୟନ୍ତ ୧୬ଟି ଜିଲ୍ଲାରେ ଜାରି ରହିବ ଶୀତ ଲହରୀ
30/01/2019 at 6:22 PM

ଭୁବନେଶ୍ବର୩୦|୧: ଫେରିଛି ଶୀତ। ରାଜ୍ୟରେ ପୁଣିଥରେ ଶୀତ ଲହରୀ ଆରମ୍ଭ ହୋଇଯାଇଛି । ସଂଧ୍ୟା ହେବା ସହିତ ଶୀତ ବଢ଼ୁଛି । ପର ଦିନ ସକାଳ ୧୦ଟା ପର୍ଯ୍ୟନ୍ତ ଜାରି ରହୁଛି ଶୀତର ପ୍ରଭାବ । ପାଗ ମୁଖ୍ୟତଃ ଶୁଖିଲା ରହିବା ସାଙ୍ଗକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବା ଯୋଗୁଁ ଶୀତ ବଢୁଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।…

ପୁଣି ଥରାଇଲାଣି ଶୀତ । ବଢୁଛି ଶୀତର ପ୍ରଭାବ ।ଯେଉଁ ସମୟରେ ଶୀତ ଧିରେ ଧିରେ ଉଭେଇଯିବା କଥା ସେହି ସମୟରେ ଫେରିଛି । ଆଉ ଫେରନ୍ତା ଶୀତରେ କନ୍ଧମାଳ ଦାରିଙ୍ଗିବାଡ଼ିରେ ପୁଣିଥରେ ଦେଖିବାକୁ ମିଳିଛି ତୁଷାରପାତ ।ଜିଲ୍ଲାର କେତେକ ଅଞ୍ଚଳରେ ସକାଳୁ ପ୍ରବଳ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡ଼ିରେ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। …

ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୧୬ଟି ଜିଲ୍ଲାରେ ଜାରି ରହିବ ଶୀତ ଲହରୀ । ନବରଙ୍ଗପୁର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବରରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେବ। ଆକାଶରୁ ବାଦଲ ଉଭେଇ ଯାଇଥିବା ବେଳେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ କୁହୁଡ଼ି ଏତେ ପରିମାଣରେ ଦେଖାଯିବନି ।…

ଓଡ଼ିଶାର କେତେକ ଅଞ୍ଚଳରେ କୋଲ୍ଡ ୱେଭ୍ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ଏପରି ସ୍ଥିତିରେ ଶୀତକୁ ନେଇ ଲୋକେ ସତର୍କ ହେବାର ପୁଣି ସମୟ ଆସିଯାଇଛି ।…
