Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ୟୁପିରେ ଭୀଷଣ ଶୀତ ଲହରୀ, ବିଭିନ୍ନ ସ୍ଥାନରେ ୩ ମୃତ

26/12/2019 at 10:23 PM

ବାନ୍ଦା ୨୬।୧୨:  ଶୀତ ଲହରୀ କବଳରେ ସମଗ୍ର ଉତ୍ତରପ୍ରଦେଶ। ସର୍ବନିମ୍ନ ତାପମାତ୍ରା ହ୍ରାସ ଯୋଗୁ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ଭୀଷଣ ଥଣ୍ଡା ଯୋଗୁ ଲୋକେ ଦିନଚର୍ଯ୍ୟା କରିପାରୁନଥିବା ବେଳେ ତାପମାତ୍ରା ହ୍ରାସ କାରଣରୁ ଲୋକଙ୍କ ମୃତ୍ୟୁ ଖବର ଆସିବାରେ ଲାଗିଲାଣି। କେବଳ ବାନ୍ଦା ଜିଲ୍ଲାରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପୁଷ୍ଟି କରିଛନ୍ତି।

ଜିଲ୍ଲାର ନରୈନୀ କ୍ଷେତ୍ର ପନଗରା ଗାଁର ୫୫ ବର୍ଷ ବୟସ୍କ ଜାଗେଶ୍ୱର ଶ୍ରୀବାସ୍ତବ ଅତ୍ୟାଧିକ ଥଣ୍ଡା ଯୋଗୁ ପ୍ରାଣ ହରାଇଥିବା ନାୟବ ତହସିଲଦାର ଅଶୋକ ଶୁକ୍ଲା କହିଛନ୍ତି। ଜାଗେଶ୍ୱର ଜଣେ ଚାଷୀ ହୋଇଥିବା ବେଳେ ସେ ରାତିରେ ଖେତରେ ରହୁଥିଲେ। ସକାଳେ ଘରକୁ ଫେରିବା ବେଳେ ବସଷ୍ଟାଣ୍ଡ ନିକଟରେ ଅଚେତ ହୋଇ ପଡିଯାଇଥିଲେ। ପରିବାର ଲୋକେ ଖବର ପାଇ ତାଙ୍କୁ ଘରକୁ ଆଣିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିଭଳି ପୈଲାନୀ ତହସିଲ ଅନ୍ତର୍ଗତ ଇଛାବର ଗ୍ରାମରେ ଜଣେ ଦିନ ମଜୁରିଆ ଥଣ୍ଡାରେ ପ୍ରାଣ ହରାଇଥିବା ତହସିଲଦାରଙ୍କ ସୂତ୍ରରୁ ସୂଚନା ମିଳିଛି। ଜୀବନ ପ୍ରସାଦଙ୍କ ୪୦ ବର୍ଷ ବୟସ୍କ ପୁଅ ଅବଧେଶ ଅତ୍ୟାଧିକ ଥଣ୍ଡା ଯୋଗୁ ଅଚାନକ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ପରିବାର ଲୋକେ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ସଦର ତହସିଲ ଅନ୍ତର୍ଗତ କେୱଟନପୂରବା ଗାଁର ଜଣେ ଚାଷୀ ଯମୁନା ନିଷାଦଙ୍କର ଅତ୍ୟାଧିକ ଥଣ୍ଡା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ଚାଷ କାର୍ଯ୍ୟ ଲାଗି ରାତିରେ ଖେତରେ କରିଥିବା ଘରେ ରହୁଥିଲେ। ତେବେ ଥଣ୍ଡାରେ ଅସୁସ୍ଥ ହୋଇପଡିବାର ମାତ୍ର କିଛିମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ସୂଚିତ କରିଛନ୍ତି।   

   Related Posts