Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଅସହ୍ୟ ହେଲାଣି ଥଣ୍ଡା, ଘନ କୁହୁଡି ଯୋଗୁଁ ୨ ଟି ବିମାନ ବାତିଲ : ଗତ ଦୁଇ ଦିନରେ ଥଣ୍ଡାରେ ୧୬ଜଣଙ୍କର ମୃତ୍ୟୁ

25/12/2018 at 12:38 PM

ଦିଲ୍ଲୀ ୨୫/୧୨ : ଉତ୍ତର-ପଶ୍ଚିମ ଶୀତୁଆ ପବନରେ ଥରହର ହୋଇଗଲାଣି ପୁରା ଦେଶ | ଦେଶର ଅନେକ ରାଜ୍ୟରେ ସୀତା ଲହରୀ ଜାରି ରହିଛି | ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଘନ କୁହୁଡି ଯୋଗୁଁ ଆଜି ବିମାନ ଉଡାଣ ୨ ଘଣ୍ଟା ପାଇଁ ରଦ୍ଦ କରାଯାଇଥିଲା |

ସକାଳ ସାଢେ ୭ଟା ରୁ ସାଢେ ୯ଟା ପର୍ଯ୍ୟନ୍ତ ସମସ୍ତ ବିମାନ ସେବା ବନ୍ଦ କରିଦିଆଯାଇଥିଲା | ସେପଟେ ଜାମ୍ମୁ କାଶ୍ମୀର ଶ୍ରୀନଗରରେ ଶୀତ ଗତ ୧୧ ବର୍ଷର ରେକର୍ଡ ଭାଙ୍ଗିଛି | ସେଠାରେ ପାରଦ -୬.୮ ଡିଗ୍ରୀ ରେକର୍ଡ କରାଯାଇଛି | ଡଲ ଝରଣାରେ ବରଫର ଆସ୍ତରଣ ଜମା ହୋଇଯାଇଛି | ଏପରି ସ୍ଥଳେ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।


ଝାରଖଣ୍ଡରେ ପାରଦ ୦ଡିଗ୍ରୀରେ ପହଂଚି ସାରିଛି | ଗତ ଦୁଇ ଦିନରେ ଶୀତ ଏବଂ ଥଣ୍ଡାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି | ମଧ୍ୟପ୍ରଦେଶରେ ୪୨ ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି | ମଧ୍ୟପ୍ରଦେଶର ପର୍ଯ୍ୟଟନ ସ୍ଥଳ ମଞ୍ଚମଡ଼ିରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ କରାଯାଇଛି | ପାଣିପାଗ ବିଭାଗ ଅନୁସାରେ ଆହୁରି ୩ ଦିନ ଥଣ୍ଡାରୁ ଉପଶମ ମିଳିବାର ଆଶା କରାଯାଉନାହିଁ |


ଏପଟେ ଦିଲ୍ଲୀରେ ଘନ କୁହୁଡି ଜାରି ରହିଛି | କୁହୁଡି କମିବାର ନାଁ ନେଉନାହିଁ | ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ରେକର୍ଡ କରାଯାଇଛି | ପାଣିପାଗ ବିଭବ ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଛି | ଯେଉଁଥିପାଇଁ ଆସନ୍ତା କିଛି ଦିନ ଥଣ୍ଡାର ପ୍ରକୋପ ଆହୁରି ବଢିବାର ଆଶଙ୍କା କରାଯାଉଛି |


ସେହିଭଳି ଝାରଖଣ୍ଡରେ ଗତକାଲି ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ରେକର୍ଡ କରାଯାଇଥିଲା | ପଞ୍ଜାବ ଅମୃତସରରେ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରୀ ରେକର୍ଡ କରାଯାଇଛି | ସୂଚନାନୁଯାୟୀ, ଆସନ୍ତା ଗୁରୁବାର ଯାଏଁ ଥଣ୍ଡାର ପ୍ରକୋପ ଆହୁରି ବଢିବ | ଏହା ପୂର୍ବରୁ ଗତ ୨୦୧୫ ମସିହାରେ ପଞ୍ଜାବର ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଥିଲା |


ଆଭ୍ୟନ୍ତରୀଣ ଓଡିଶାର ହାଲ ମଧ୍ୟ ଏପରି । ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବ ଓ ୨୬ ତାରିଖରୁ ପାରଦ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ । ଖସୁଛି ପାରଦ, ବଢ଼ୁଛି ଥଣ୍ଡା । ସାରା ଜିଲ୍ଲାରେ ଜାରି ରହିଛି ଶୀତ ଲହରୀ । ଗତକାଲି ଫୁଲବାଣୀର ତାପମାତ୍ରା ୬ ଡିଗ୍ରୀ ଥିବା ବେଳେ ଆଜି ଏହା ୫ ଡିଗ୍ରୀକୁ ଖସିଆସିଛି । ଦାରିଙ୍ଗବାଡ଼ିର ତାପମାତ୍ରା ୪ ଡିଗ୍ରୀ ସେଲସିୟସ ଥିବା ବେଳେ ଆଜି ଏହା ୭ ଡିଗ୍ରୀ ରହିଛି।

   Related Posts