Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୭ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ : ପୁରା ଦେଶରେ ଶୀତ ଲହରୀ ଜାରି, ଓଡିଶାର କାଶ୍ମୀର ଦାରିଂବାଡ଼ିରେ ପର୍ଯ୍ୟଟକଙ୍କ ଭିଡ

22/12/2018 at 12:21 PM

ଦିଲ୍ଲୀ ୨୨/୧୨ : ଚଳିତ ବର୍ଷ ପୁରା ଦେଶରେ ଶୀତ ଲହରୀ ଜାରି ରହିଛି | ପୁରା ଦେଶ ଶୀତରେ ଥରହର ହୋଇ ଉଠିଲାଣି | ସାଧାରଣତଃ ପାହାଡିଆ ଅଂଚଳରେ ଶୀତର ପ୍ରକୋପ ଅଧିକ | ଓଅତ୍ତାର ଭାରତର ଅନେକ ରାଜ୍ୟରେ ପ୍ରବଳ ଶୀତ ସହ ତୁଷାରପାତ ମଧ୍ୟ ହେଉଛି | ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟରେ ପ୍ରବଳ ଶୀତ ଜାରି ରହିଛି | ଦିଲ୍ଲୀରେ ଶୀତ ବିଗତ ୭ ବର୍ଷର ରେକର୍ଡ ଭାଙ୍ଗି ଦେଇଛି | ଗତ ୭ ବର୍ଷ ହେଲା ଦିଲ୍ଲୀରେ ଏଭଳି ଶୀତ ଅନୁଭୂତ ହୋଇନଥିଲା | ଦିଲ୍ଲୀରେ ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୪.୭ ଡିଗ୍ରୀ ରେକର୍ଡ କରାଯାଇଛି | ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆହୁରି ୪ ଦିନ ଏଭଳି ଶୀତ ଜାରି ରହିବ | ଆଗାମୀ ୪ ଦିନ ଯାଏଁ ଶୀତର ପ୍ରକୋପରୁ ରକ୍ଷା ପାଇବା କଷ୍ଟକର | ସେପରି ପାହାଡିଆ ଅଂଚଳରେ ସର୍ବନିମ୍ନ ତାପମାତ୍ରାରେ ଲଗାତାର ହ୍ରାସ ପାଇବାରେ ଲାଗିଛି |


ଏଭଳି ସ୍ଥିତିରେ କାଶ୍ମୀର କଥା ନ କହିବା ଭଲ | କାଶ୍ମୀରରେ ଆସନ୍ତା ଜାନୁଆରୀ ୩୧ ତାରିଖ ଯାଏଁ ଭୀଷଣ ଶୀତ ଏବଂ ଶୀତୁଆ ପବନ ଲାଗି ରହିବ | ଏହାପରେ ୨୦ ଦିନ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିବ | ତାପର ୧୦ ଦିନ ଶୀତ ଟିକେ କମିବାର ସମ୍ଭାବନା ରହିଛି | ୧୯୮୬ ମସିହାରେ କାଶ୍ମୀରର ସବୁଠାରୁ ଶୀତ ହେଉଥିବା ସ୍ଥାନରେ ସର୍ବନିମ୍ନ ତାପମାତ୍ରା -୯ ଡିଗ୍ରୀ ରେକର୍ଡ କରାଯାଇଥିଲା | ସେଠାରେ ଥିବା ପ୍ରସିଦ୍ଧ ଡଲ ଝରଣାରେ ଆଉ ପାଣି ନଥିଲା | ଭୀଷଣ ଶୀତ କାରଣରୁ ଝରଣା ପାଣି ବରଫ ପାଲଟି ଯାଇଥିଲା | ଦ୍ୱିତୀୟ ଥର ପାଇଁ ଡଲ ଝରଣା ବରଫାବୃତ୍ତ ହୋଇଯାଇଥିଲା | ଗତକାଲି ଶ୍ରୀନଗରର ସର୍ବନିମ୍ନ ତାପମାତ୍ରା -୪.୯ ଡିଗ୍ରୀ ରହିଥିଲା |


ଜାମ୍ମୁ କାଶ୍ମୀରର ସବୁଠାରୁ ଥଣ୍ଡା ଜାଗା ହେଲା ଲଦାଖର ଲେହ ଅଂଚଳ | ସେଠାରେ ତାପମାତ୍ରା -୧୨. ୭ ଡିଗ୍ରୀ ରେକର୍ଡ କରାଯାଇଛି | ଏହାଛଡା କାର୍ଗିଲରେ ତାପମାତ୍ରା ୧୫.୧ ଡିଗ୍ରୀ ରେକର୍ଡ କରାଯାଇଛି | ପାଣିପାଗ ବିଭାଗ ସୂଚନାନୁଯାୟୀ, ଆସନ୍ତା ସପ୍ତାହରେ କାଶ୍ମୀରର ତାପମାତ୍ରା ଶୁଷ୍କ ରହିବ |


କେବଳ ଶୀତ ନୁହେଁ, ଶୀତ ସହ ଘନ କୁହୁଡି | ଦିଲ୍ଲୀରେ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳୁଛି | ଏଭଳି ସ୍ଥିତିରେ ଦିଲ୍ଲୀରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି | ତେବେ ଦିଲ୍ଲୀରେ କୁହୁଡି କମୁନଥିବାରୁ ଦୁର୍ଘଟଣା ଆଶଙ୍କା ବଢ଼ିବାରେ ଲାଗିଛି | ଦୁର୍ଘଟଣା ଆଶଙ୍କାକୁ ଆଖି ଆଗରେ ରଖି ଅରେଞ୍ଜ ଆଲର୍ଟକୁ ଆହୁରି ଦୁଇ ଦିନ ବଢ଼ାଇ ଦିଆଯାଇଛି |
ଥଣ୍ଡା ପାଗ, ଶୀତ ଲହରୀ ଛତିଶଗଡ଼କୁ ମଧ୍ୟ କବଜା କରିଛି | ଅତ୍ୟଧିକ ଶୀତ କାରଣରୁ ଛତିଶଗଡ଼ ମେନପାଟ ଅଂଚଳରେ ଗଛ ପତ୍ର, ଘାସ ଉପରେ ବରଫ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଛି | ସେଠାରେ ପାରଦ ୨.୨ ଡିଗ୍ରୀ ରହିଛି |


ଗତକାଲି ଶ୍ରୀଲଙ୍କାରେ ବାତ୍ୟା କାରଣରୁ ଦକ୍ଷିଣ ଭାରତରେ ବର୍ଷା ହୋଇଥିବା ସୂଚନା ମିଳିଛି | ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁରେ ବର୍ଷା ହେବ ସହ ବଜ୍ରପାତ ମଧ୍ୟ ହୋଇଛି |


ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଂବାଡ଼ିରେ ମଧ୍ୟ ଶୀତର ପ୍ରକୋପ ଜାରି ରହିଛି | ଗତକାଲି ଦାରିଂବାଡ଼ିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଥିଲା | ଫଳରେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତକାଲିଠୁ ଶୀତର ଲହରୀ ଜାରୀ ରହିଛି | ଥଣ୍ଡା ଯୋଗୁଁ ଚା ଦୋକାନ ଗୁଡିକରେ ପ୍ରବଳ ଭିଡ ଜମୁଛି। ଲୋକେ ଚା ପିଇ ଥଣ୍ଡାର ମଜା ନେଉଛନ୍ତି | ଥଣ୍ଡା ସାଙ୍ଗକୁ ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କ ଜିଲ୍ଲାକୁ ସୁଅ ଛୁଟୁଛି |

   Related Posts