ଶୀତରେ ଥରହର ପୁରା ରାଜ୍ୟ : ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ, ଆସନ୍ତା ୪ଦିନ ଶୀତ ଆହୁରି ବଢିବା ଆଶଙ୍କା

Published By : Prameya-News7 Bureau | December 24, 2018 IST

କନ୍ଧମାଳ ୨୪/୧୨ : ପ୍ରବଳ ଶୀତରେ ଥରହର ହେଉଛି ପୁରା ଦେଶ | ବିଶେଷ କରି ଉତ୍ତର ଭାରତରେ ଥଣ୍ଡା ଓ ଶୀତର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି | ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୪ ଦିନ ଆହୁରି ଶୀତ ବଢିବାର ଆଶଙ୍କା ରହିଛି | ଏଭଳି ସ୍ଥିତିରେ ଓଡିଶା ମଧ୍ୟ କିଛି କାମ ନାହିଁ | ଗତକିଛି ଦିନ ହେଲା ଆକାଶ ମେଘମୁକ୍ତ ରହିବା ଫଳରେ ଫୁଲବାଣୀ ସମେତ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି, ବେଲଘର, ତୁମୁଡିବନ୍ଧ, କୋଟଗଡ, ବାଲିଗୁଡା, ଜି.ଉଦୟଗିରି, ରାଇକିଆ, ଫିରିଙ୍ଗିଆ ଆଦି ବିଭିନ୍ନ ସ୍ଥାନରେ ତାପମାତ୍ରା ଖସିବାରେ ଲାଗିଛି। ରବିବାର ଫୁଲବାଣୀରେ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡିରେ ୭.୫ ଡିଗ୍ରୀ ସେଲସିୟସ ଥିଲା ।

{"id":66813}

ହେଲେ ଆଜି ଫୁଲବାଣୀରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ଖସି ଆସିଥିବା ବେଳେ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା ୪ ଡିଗ୍ରୀ ସେଲସିୟସକୁ ଖସି ଆସିବା ଫଳରେ ଥଣ୍ଡାର ପ୍ରକୋପ ଯଥେଷ୍ଟ ବୃଦ୍ଧି ପାଇଛି। ତା'ସାଙ୍ଗକୁ ଘନ କୁହୁଡି ଓ କାକର ସକାଳ ୯ ଟା ଯାଏଁ ରହୁଛି। ମୁହଁକୁ ମୁହଁ ଦିଶୁନି।

{"id":66809}


ସେହିପରି ସନ୍ଧ୍ୟା ହଲେ ପୁଣି ଥଣ୍ଡା ବଢିଯାଉଛି। ଫଳରେ ଦୋକାନ ବଜାର ଖାଁ ଖାଁ ହେବା ସହ ରାସ୍ତାଘାଟ ଜନଶୁନ୍ୟ ହୋଇପଡୁଛି। କି ବୁଢା କି ପିଲା ସମସ୍ତେ ଦିନସାରା ନିଆଁ ଜାଳି ନିଆଁ ପାଖରେ ବସି ରହୁଛନ୍ତି । କାମଧନ୍ଦା କରିବାକୁ ଯାଇପାରୁନାହାନ୍ତି ଲୋକେ। ବିଶେଷ କରି ବୟସ୍କ ମାନେ ବହୁ କଷ୍ଟ ପାଉଛନ୍ତି ।

{"id":66810}

ତେବେ ଶୀତ ଯେତେ ବଢୁଛି ଏବେ ପର୍ଯୟଟକଙ୍କ ସଂଖ୍ୟା ମଧ୍ୟ ଜିଲ୍ଲାକୁ ବଢିବାରେ ଲାଗିଛି। ଥଣ୍ଡାର ମଜା ନେବା ସହ ମନୋରମ ପ୍ରାକୃତିକ ପରିବେଶ ଉପଭୋଗ କରିବା ପାଇଁ ଦେଶୀ ଓ ବିଦେଶୀ ପର୍ଯୟଟକ ମାନଙ୍କ ସୁଅ ଛୁଟିଛି ଜିଲ୍ଲାକୁ। ଏହି ଶୀତ କାହାପାଇଁ ଖୁସି ଆଣିଦେଇଥିବା ବେଳେ କାହା ପାଇଁ ଆଣି ଦେଇଛି ଦୁଖ।

{"id":66811}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.