ବାଲେଶ୍ବରରେ ନିର୍ମାଣ ହୋଇଛି ୫ହଜାର ମେଟ୍ରିକ୍ ଟନ୍ ବିଶିଷ୍ଟ ୩ଟି ଶୀତଳ ଭଣ୍ଡାର : ହେଲେ ସଚେତନତା ଅଭାବରୁ ପରିବା ଚାଷୀ ଉଠାଇପାରୁନାହାନ୍ତି ଲାଭ

Published By : Prameya-News7 Bureau | March 08, 2019 IST

ବାଲେଶ୍ବର ୮|୩: ବାଲେଶ୍ବରରେ ପିପିପି ମୋଡ଼ରେ ନିର୍ମାଣ ହୋଇଛି ୫ହଜାର ମେଟ୍ରିକ୍‌ ଟନ୍‌ ବିଶିଷ୍ଟ ୩ଟି ଶୀତଳ ଭଣ୍ଡାର । ଆଳୁ ମିଶନ ମାଧ୍ୟମରେ ସରକାର ଏହି ଶୀତଳ ଭଣ୍ଡାରର ନିର୍ମାଣ କରିଛନ୍ତି, ହେଲେ ସଚେତନତା ଅଭାବରୁ ପରିବା ଚାଷୀ ଏହାର ଲାଭ ଉଠାଇପାରୁନାହାନ୍ତି ।

{"id":91688}

 ବାଲେଶ୍ବର ଜିଲ୍ଲାରେ ୮୦ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ସେଥିରୁ ୪୦ଭାଗ ଲୋକ ପନିପରିବା ଚାଷ କରି ନିଜର ଗୁଜରାଣ ମେଣ୍ଟାଇଥାନ୍ତି । ବିଶେଷ କରି ରେମୁଣାରେ ସୋନ ନଦୀ, ଗଙ୍ଗାହାର ନଦୀକୂଳରେ ଥିବା ୨୦ରୁ ଅଧିକ ପଞ୍ଚାୟତର ଲୋକ ଏହି ପନିପରିବା ଚାଷ ଉପରେ ହିଁ ନିର୍ଭର କରିଥାନ୍ତି । ସେହିଭଳି ବାଲେଶ୍ବର ସଦରରେ ବୁଢ଼ା ବଳଙ୍ଗ ନଦୀ କୂଳରେ ରହୁଥିବା ୧୦ରୁ ଅଧିକ ପଞ୍ଚାୟତ ଏବଂ ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲାକର ସୁବର୍ଣ୍ଣରେକା ନଦୀ କୂଳରେ ମଧ୍ୟ ବହୁଳ ମାତ୍ରାରେ ପନିପରିବା ଚାଷ ହୋଇଥାଏ । ବାଲେଶ୍ବର ବଜାରରେ ଗ୍ରାହକଙ୍କ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ପନିପରିବା ଉତ୍ପାଦନ ହେଉଥିବାରୁ ଏହାର ସଂରକ୍ଷଣ ପାଇଁ ସୁବିଧା ନପାଇ ଚାଷୀ ଖର୍ଚ୍ଚ ଠାରୁ କମ୍‌ ଦରରେ ସେଗୁଡ଼ିକୁ ବିକ୍ରି କରି କ୍ଷତି ସହୁଛନ୍ତି । ହେଲେ ବାଲେଶ୍ବର ଜିଲ୍ଲାରେ ଯେ, ଆଳୁ ମିଶନ ମାଧ୍ୟମରେ ସରକାର ପିପିପି ମୋଡ୍‌ରେ ୫ହଜାର ମେଟ୍ରିକ୍‌ ଟନ୍‌ ବିଶିଷ୍ଟ ତିନି ତିନିଟି ଶୀତଳ ଭଣ୍ଡାର ଖୋଲିଥିଲେ ବି ଏହାର ଲାଭ ଉଠାଇପାରୁନାହାନ୍ତି ଚାଷୀ । ସଚେତନତା ଅଭାବ ହିଁ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି ।

{"id":91689}

 ସରକାରୀ ସ୍ତରରେ ଖୋଲାଯାଇଥିବା ଶୀତଳ ଭଣ୍ଡାର ସମ୍ପର୍କରେ ଜିଲ୍ଲାର ଚାଷୀମାନଙ୍କୁ  ଯେ, ସଚେତନ କରାଯାଇପାରିନାହିଁ ସେକଥାକୁ ସ୍ବିକାର କରିଛନ୍ତି ଉଦ୍ୟାନ କୃଷି ବିଭାଗ ଅଧିକାରୀ । ତେବେ ଏଥି ପାଇଁ ଆଉ କିଛି ସମୟ ଲାଗିବ ବୋଲି ସଫେଇ ଦେଇଛନ୍ତି ।

{"id":91690}

 ଉଦ୍ୟାନ ବିଭାଗ କର୍ମଚାରୀଙ୍କ ମାଧ୍ୟମରେ ପରିବା ଚାଷୀମାନଙ୍କୁ ସଚେତନ କରିବେ । ଏଥି ସହ ଶୀତଳ ଭଣ୍ଡାରରେ ୩ମାସ ପନିପରିବା ରଖିଲେ କ୍ବିଣ୍ଟାଲ ପିଛା କେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ସେ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଲେ ଆଗାମୀ ଦିନରେ ଚାଷୀମାନେ ଉପକୃତ ହୋଇପାରନ୍ତେ ।ଏମିତି ହେଲେ ସରକାରଙ୍କ ଯୋଜନା ମଧ୍ୟ ଫଳପ୍ରଦ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.