ସ୍ପେନ୍‌ରେ ୭୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ୨୪ ଘଣ୍ଟାରେ ୨୦ ଇଞ୍ଚ ବରଫପାତ

Published By : Prameya-News7 Bureau | January 23, 2021 IST

ମାଦ୍ରିଦ : ସ୍ପେନରେ ଶୀତ ୭୦ ବର୍ଷର ରେକର୍ଡ ଭାଙ୍ଗିଛି। ବରଫ ଝଡ଼ ‘ଫିଲୋମେନା’ ଯୋଗୁ ରାଜଧାନୀ ମାଦ୍ରିଦ୍ ବରଫ ଚାଦରରେ ଘୋଡେଇ ହୋଇଯାଇଛି। ଏଠାରେ ଗତ ୨୪ ଘଣ୍ଟାରେ ୨୦ ଇଞ୍ଚ ତୁଷାରପାତ ହୋଇଛି। ମେୟର ଅଫିସ ଅନୁସାରେ ହୀମପାତ ଯୋଗୁ ମାଦ୍ରିଦର ୧୨ ହଜାର କୋଟିଟଙ୍କା କ୍ଷତି ହେଲାଣି। 

{"id":397211,"sizeSlug":"large","linkDestination":"none"}

ବରଫ ତରଳାଇବା ଲାଗି ୭ ହଜାର ଟନ୍‌ ଲୁଣ ବିଞ୍ଚା ଯାଇଛି। କେବଳ ମାଦ୍ରିଦ ନୁହେଁ ବାର୍ଷିଲୋନା ନିକଟସ୍ଥ ଅଲ କୋଟାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୩୪ ଡିଗ୍ରିକୁ ଖସି ଯାଇଥିବା ବେଳେ ଲୋକେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଏହା ପୂର୍ବରୁ ୧୯୫୬ ମସିହାରେ ପିରିନୀ ପାର୍ବତ୍ୟମାଳାର ଜେନେଟୋ ଲେକ୍‌ର ତାପମାତ୍ରା ବିଯୁକ୍ତ ୩୨ ଡିଗ୍ରି ସେଲସିୟସ୍‌କୁ ହ୍ରାସ ହୋଇଥିଲା।

{"id":397212,"width":575,"height":379,"sizeSlug":"large","linkDestination":"none"}

ଭୀଷଣ ହୀମପାତ ଯୋଗୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ରାସ୍ତାଘାଟ ବରଫରେ ପୋତି ହୋଇପଡିଥିବାରୁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ବରଫ ଝଡ଼ ଯୋଗୁ ସ୍ପେନ୍‌  ଅଘୋଷିତ ଜରୁରିକାଳୀନ ପରିସ୍ଥିତିକୁ ଚାଲିଯାଇଛି। ବିଦ୍ୟୁତ ବିଛିନ୍ନ ହେବା ଯୋଗୁ ଲୋକେ ଜାଳେଣି ଓ ଇନ୍ଧନ ସଂକଟରେ ପଡିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.