ବେଆଇନ କାଠ କୋଇଲା ବୋଝେଇ ଟାଟା ଏସିଇ ଜବତ, ଜଣେ ଗିରଫ

Published By : Prameya-News7 Bureau | January 07, 2020 IST

ଚୌଦ୍ବାର ୭।୧: ଜାତୀୟ ରାଜପଥ ୫୫ରେ ବନ ବିଭାଗର ଚଢ଼ାଉ । ବେଆଇନ କାଠ କୋଇଲା ଚାଲାଣ କରୁଥିବା ଏକ ଟାଟା ଏସିଇ ଗାଡିକୁ ଧରିବା ସହ ସେଥିରେ ଚାଲାଣ କରାଯାଉଥିବା ପ୍ରାୟ ପଚିଶ ବସ୍ତା ମୂଲ୍ୟବାନ କାଠ କୋଇଲା ଜବତ ହୋଇଛି । ଏଥିସହ ଗାଡିର ଡ୍ରାଇଭର ଭୁବନେଶ୍ବର  ୟୁନିଟ୍ ୪ କେଶରୀ ନଗରର ଗଣେଶ ସେଠୀକୁ ଗିରଫ କରିଛି ବନ ବିଭାଗ । ଅନ୍ୟଜଣେ ଖସି ପଳାଇଯିବାରେ ସକ୍ଷମ ହୋଇଛି । ଖୁଣ୍ଟୁଣୀ ଅଂଚଳରୁ କାଠକୋଇଲା ଭୁବନେଶ୍ବରକୁ ଚାଲାଣ ହେଉଥିବା ସୂଚନା ପାଇ ଚୌଦ୍ବାର ବନପାଳ ଜ୍ୟୋତିରଞ୍ଜନ ମହାପାତ୍ର ଚୌଦ୍ବାର ଥାନା ନିକଟରୁ ଗାଡିକୁ ପିଛା କରି ମଙ୍ଗୁଲି ନିକଟରେ ଧରିବାରେ ସକ୍ଷମ ହୋଇଥିଲେ । ଏହା ପୂର୍ବରୁ ମଧ୍ୟ ବନ ବିଭାଗ ଚଢ଼ାଉ କରି ଏପରି ଚୋରା ଚାଲାଣ ହେଉଥିବା କାଠ କୋଇଲା ଜବତ କରିଛି । ଖୁଣ୍ଟୁଣୀ ବନାଞ୍ଚଳର ମହାଲଷ୍ମୀପୁର ଓ କଣ୍ଡରାଇ ଜଙ୍ଗଲରେ ଗଛକୁ ପୋଡାଯାଇ ଏହି କାଠ କୋଇଲା ଗୁଡିକୁ ସଂଗ୍ରହ କରି ଏହାକୁ ଦୈନିକ ଭୁବନେଶ୍ବର, ଜଟଣୀ, ବାଳକାଟି ଆଦି ଅଂଚକକୁ ଚାଲାଣ କରାଯାଇଥାଏ। ଏହା ପଛରେ ଏକ ରାକେଟ୍ କାମ କରୁଥିବା ଜଣାପଡିଛି । ଏଥିରେ ଖୁଣ୍ଟୁଣୀ ବନାଞ୍ଚଳର କିଛି ବନ କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.