ରାଜ୍ୟରେ କରୋନା‌ ସ୍ଥିତି ଜଟିଳ : ୨୧ IASଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷକ ଦାୟିତ୍ବ

Published By : Prameya-News7 Bureau | April 15, 2021 IST

ଭୁବନେଶ୍ବର ୧୫/୦୪ : ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାର ଗାଇଡ୍‌ଲାଇନ୍‌ ଜାରି କରୁଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୨୧ ଜଣ IASଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ମଧୂସୁଦନ ପାଢୀଙ୍କୁ ବାଲେଶ୍ବର ଓ ଭ୍ରଦକ ଦାୟିତ୍ବ ଦିଆଯାଇଛି ।

ଅନୁ ଗର୍ଗ ଏବଂ ଏନ୍‌ ଥିରୁମାଲା ନାଏକଙ୍କୁ ଭୁବନେଶ୍ବର ସିଟି ଦାୟିତ୍ବ ଦିଆଯାଇଥିବା ବେଳେ  ମଧୂସୁଦନ ପାଢୀଙ୍କୁ ବାଲେଶ୍ବର ଓ ଭ୍ରଦକ ଦାୟିତ୍ବ ଦିଆଯାଇଛି । ସେହିଭଳି ସତ୍ୟବ୍ରତ ସାହୁ ଏବଂ ବେଣୁଧର ବେହେରାଙ୍କୁ ବଲାଙ୍ଗିର, ବରଗଡ ଏବଂ ନୂଆପଡା ଦାୟିତ୍ବ ଦିଆଯାଇଛି । ନିକୁଞ୍ଜ ଧଳଙ୍କୁ ଝାରସୁଗୁଡା ଏବଂ ସୁନ୍ଦରଗଡ ଦାୟିତ୍ବ ଦିଆଯାଇଛି । ସୁରେନ୍ଦ୍ର କୁମାର ଏବଂ ଶ୍ରୀକାନ୍ତ ପୃଷ୍ଟିଙ୍କୁ ମୟୂରଭଞ୍ଜ ଏବଂ କେନ୍ଦୁଝର ଦାୟିତ୍ବ ଦିଆଯାଇଥିବା ବେଳେ ଜି ମାଥିବାତନମ୍‌ଙ୍କୁ ଗଞ୍ଜାମ ଏବଂ ଗଜପତି ଦାୟିତ୍ବ, ହେମନ୍ତ ଶର୍ମା ଏବଂ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତସିଂପୁର ଏବଂ କେନ୍ଦ୍ରାପଡା । ବିଷ୍ଣୂପଦ ସେଠି ଏବଂ ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୁଳ, ଦେବଗଡ ଏବଂ ଢେଙ୍କାନାଳ ଦାୟିତ୍ବ ଦିଆଯାଇଥିବା ବେଳେ ଚିତ୍ରା ଅରୁମୁଗାମଙ୍କୁ ସମ୍ବଲପୁର ଏବଂ ସୋନପୁର ଦାୟିତ୍ବ ଦିଆଯାଇଛି । ସାଶ୍ବତ ମିଶ୍ର ଏବଂ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଦାୟିତ୍ବ, ଭି. ଭି. ଯାଦବ ଏବଂ ରାସିଦ ଖାନଙ୍କୁ କୋରାପୁଟ, ମାଲକାନାଗିରି, ରାୟଗଡା ଏବଂ ନବରଙ୍ଗପୁର ଦାୟିତ୍ବରେ ଅଛନ୍ତି । ତେମଜେନ୍‌ଓ୍ବାପାଙ୍ଗ୍‌ଙ୍କୁ ଗଜପତି ଦାୟିତ୍ବ, ଅନିଲ କୁମାର ସାମଲଙ୍କୁ କଟକ ସିଟି, କଟକ ରୁରାଲ, ନୟାଗଡ, ପୁରୀ ଏବଂ ଖୋର୍ଦ୍ଧା ରୁରାଲ ଏବଂ ସୁଶାନ୍ତ ମହାପାତ୍ର କଟକ ସିଟି ଏବଂ କଟକ ରୁରାଲ ଦାୟିତ୍ବ ଦିଆଯାଇଛି ।

wp:gallery {"ids":[438878],"linkTo":"none"} /wp:gallery wp:gallery {"ids":[438891],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.