ସୁନା ଓ ରୁପା ତାରରେ ଡିଜାଇନର୍ ମାସ୍କ ତିଆରି କରୁଛନ୍ତି ଏହି ବଣିଆ: ମୂଲ୍ୟ ୨.୭୫ ଲକ୍ଷ ଟଙ୍କା

Published By : Prameya-News7 Bureau | November 30, 2020 IST

କୋଏମ୍ବାଟୁର ୩୦/୧୧ : କରୋନା ମହାମାରୀ ଯୋଗୁଁ ମାସ୍କ ଜରୁରୀ ହୋଇଯାଇଛି। କରୋନା ସଂକ୍ରମଣରୁ ଦୁରେଇ ରହିବା ପାଇଁ ମାସ୍କ ବ୍ୟବହାର ଅନିବାର୍ଯ୍ୟ ହୋଇଯାଇଛି। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ପାଇଁ ମାସ୍କ ଜରୁରୀ। ଲୋକଙ୍କ ଚାହିଦା ଅନୁଯାୟୀ ବଜାରରେ ବିଭିନ୍ନ ପ୍ରକାରର ଡିଜାଇନର ମାସ୍କ ଉପଲବ୍ଧ। ଫ୍ୟାସନ ଅନୁଯାୟୀ ମାସ୍କ ତିଆରି ହେଉଛି। କୋଏମ୍ବାଟୁରର ଜଣେ ବଣିଆ ୟୁନିକ୍ ଡିଜାଇନ୍ ମାସ୍କ ତିଆରି କରୁଛନ୍ତି ଯାହା ଲୋକଙ୍କୁ ଖୁବ ଆକର୍ଷଣ କରୁଛି। ସେ ସୁନା ଓ ରୁପା ତାରରେ ସୁନ୍ଦର ଓ ଡିଜାଇନର ମାସ୍କ ତିଆରି କରୁଛନ୍ତି। ଏହି ସୁନା ମାସ୍କ ୧୮ କ୍ୟାରେଟ୍ ସୁନାରେ ତିଆରି ହେଉଛି ଯାହାର ମୂଲ୍ୟ ୨.୭୫ ଲକ୍ଷ ଟଙ୍କା। ସେହିଭଳି ରୁପା ମାସ୍କର ମୂଲ୍ୟ ୧୫ ହଜାର ଟଙ୍କା।

{"id":370320,"sizeSlug":"large"}

ରିପୋର୍ଟ ଅନୁଯାୟୀ, ଏହି ମାସ୍କ ତିଆରି କରିବାକୁ ତାଙ୍କୁ ପାଖାପାଖି ସପ୍ତାହେ ସମୟ ଲାଗିଥାଏ। ଏହି ମାସ୍କ ସେ ହାତରେ ହିଁ ତିଆରି କରନ୍ତି। ତେବେ ଏହି ମାସ୍କର ବିଶେଷତ୍ୱ ହେଲା ଏହାକୁ ସଫା କରାଯାଇପାରିବ ଏବଂ ଏହା ଫ୍ଲେକ୍ସିବଲ୍ ମଧ୍ୟ। ବଣିଆ ମାସ୍କ ପାଇଁ ୧୮ ଓ ୨୦ କ୍ୟାରେଟ୍ ସୁନା ବ୍ୟବହାର କରୁଛନ୍ତି ଏବଂ ଏହା ହଲମାର୍କ ଯୁକ୍ତ।

{"id":370321,"sizeSlug":"large"}

ଗୁଜରାଟ ସୁରଟର ଏକ ଗହଣା ଦୋକାନି ବଣିଆଙ୍କ ଏହି ଆଇଡ଼ିଆକୁ ଅନୁସରଣ କରି ମାସ୍କ ତିଆରି କରୁଛନ୍ତି। ଗହଣା ଦୋକାନୀ ମାଲିକ ଦୀପକ ଚୋକସି ହୀରା ମାସ୍କ ତିଆରି କରୁଛନ୍ତି। ଏହି ହୀରା ମାସ୍କର ମୂଲ୍ୟ ୧.୫ ଲକ୍ଷରୁ ୪.୫ ଲକ୍ଷ ଟଙ୍କା ଯାଏଁ ରହିଛି। ହୀରା ମାସ୍କ ପାଇଁ ସେ ଆମେରିକୀୟ ହୀରା ଏବଂ ଶୁଦ୍ଧ ହୀରା ବ୍ୟବହାର କରନ୍ତି। ବିଶେଷକରି ବିବାହ ଉତ୍ସବ ଆଦି ପାଇଁ ଲୋକେ ଏହି ମାସ୍କ କିଣିବାକୁ ପସନ୍ଦ କରୁଛନ୍ତି। ବିବାହ ଉତ୍ସବରେ ବରକନ୍ୟାଙ୍କ ଏହି ସୁନା ରୁପା ଓ ହୀରା ମାସ୍କ ପିନ୍ଧିବାକୁ ମନା ବଳାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.