ଆଇସ୍‌କ୍ରିମ୍‌ରେ ମଦ ମିଶାଇ କରୁଥିଲେ ବିକ୍ରି : ସିଲ୍ ହେଲା କାଫେ …

Published By : Prameya-News7 Bureau | October 22, 2021 IST

କୋଏମ୍ବଟୁର୍ ୨୨।୧୦ : ବର୍ତ୍ତମାନର ଯୁବ ପିଢ଼ି ଧୀରେ ଧୀରେ ନିଶା କବଳକୁ  ଢଳେଇ ଯାଉଛି। ସେମାନେ କୌଣସି ଉପାୟରେ ନିଶାରେ ମାତଲ ହୋଇ ରହିବାକୁ ପସନ୍ଦ କରୁଛନ୍ତି । ମଦ ନିଶାକୁ ନେଇ ଅନେକ ପ୍ରକାରର ଘଟଣା ଦୁର୍ଘଟଣା ଘଟୁଛି । ତେବେ ଏହାରି ମଧ୍ୟରେ ଆଇସ୍ କ୍ରିମ୍ ରେ ମଦ ମିଶାଇ ବିକ୍ରି କରୁଥିବା ଏକ କାଫେର ପର୍ଦ୍ଦାଫାସ୍ ହୋଇଛି । ଏହିଭଳି ଏକ ଘଟଣା ତାମିଲନାଡୁର କୋଏମ୍ବଟୁର୍ ଜିଲ୍ଲାର ଅବିନାଶ ରୋଡ୍ ରୁ ସାମନାକୁ ଆସୁଛି ।

ତେବେ ଆଇସ୍ କ୍ରିମ୍ ରେ ମଦ ମିଶାଇ ବିକ୍ରି ହେଉଥିବା ସ୍ଥାନର ଲୋକପ୍ରିୟତା ସହ ଉକ୍ତ ଅଞ୍ଚଳର ଯୁବକମାନଙ୍କୁ ଆକୃଷ୍ଟ କରୁଥିଲା । ଏହି ଘଟଣା ଧୀରେ ଧୀରେ ବଢ଼ି ଚାଲିଥିଲା । ତେବେ ଏନେଇ ଅଭିଯୋଗ ହେବା ପରେ ଏହାର ଯାଞ୍ଚ କରାଯାଇଥିଲା । ଖାଦ୍ୟ ସୁରକ୍ଷା ଅଧିକାରୀ ମାନେ ଏହି କାଫେକୁ ସିଲ୍ କରିଦେଇଥିଲେ । ଅଧିକାରୀ ମାନେ ସେଠାରୁ ମଦ ବୋତଲ ମଧ୍ୟ ଜବତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.