ମହାମାରୀ କରୋନା ସମୟରେ କାମ କରୁଥିବା ଭାରତର ଦୁଇ ତୃତୀୟାଂଶ କର୍ମଚାରୀଙ୍କୁ ଅଧିକ ୨୫ ପ୍ରତିଶତ ବେତନ ଦେବ Cognizant

Published By : Prameya-News7 Bureau | March 28, 2020 IST

ବେଙ୍ଗାଲୁରୁ/ମୁମ୍ବାଇ ୨୮।୦୩: କୋଗନିଜାଣ୍ଟ କମ୍ପାନୀ କୋଭିଡ୍ ୧୯ ମହାମାରୀ ସମୟରେ କାମ କରୁଥିବା ଭାରତ ଓ ଫିଲିପାଇନ୍ସର ଦୁଇ ତୃତୀୟାଂଶ କର୍ମଚାରୀଙ୍କ ମୂଳ ବେତନରେ ଅତିରିକ୍ତ ୨୫ ପ୍ରତିଶତ ଦେବାକୁ ନିଷ୍ପତ୍ତି ନେଇଛି।

କମ୍ପାନୀର ନ୍ୟୁଜର୍ସିର ମୁଖ୍ୟାଳୟ କହିଛି ଯେ, ଏପ୍ରିଲରେ ସହାୟକସ୍ତରର ସମସ୍ତ କର୍ମଚାରୀଙ୍କୁ ଅଧିକ ବେତନ ଦିଆଯିବ। ଏହା ସହିତ ପ୍ରତ୍ୟେକ ମାସରେ ଏହାର ସମୀକ୍ଷା କରାଯିବ।

କମ୍ପାନୀ କହିଛି ଯେ, ଏହି ଘଡିସନ୍ଧି ସମୟରେ ଆପଣ ଯେପରି ଭାବେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ସହାନୁଭୂତି ସହିତ, ସଚ୍ଚୋଟତା ସହ ଏବଂ ସାହସିକତାର ସହ ନିଜର ଗ୍ରାହକଙ୍କୁ ସେବା ପ୍ରଦାନ କଲେ ତାହା ପ୍ରଶଂସନୀୟ।  କର୍ମଚାରୀଙ୍କ ଦୈନିକ କାମ ପାଇଁ ସେମାନଙ୍କଠାରେ କୃତଜ୍ଞ ବୋଲି କଗିନଜେଣ୍ଟର ସିଇଓ ବ୍ରାଏନ ହମ୍ଫ୍ରିଜ ଇମେଲ୍ ଜରିଆରେ ଏହା କହିଛନ୍ତି।

ହମ୍ଫ୍ରିଜ କହିଛନ୍ତି ଯେ, ଏହି ମହାମାରୀ କାରଣରୁ ଉଦ୍ୟୋଗର ଚାହିଦା ହ୍ରାସ ପାଇଛି, ଫଳରେ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ  ହୋଇଛି। କାରବାର ଉପରେ କରୋନାର ଗୁରୁତର ପ୍ରଭାବ ପଡିଛି। ୨୦୧୫ରେ ଚେନ୍ନାଇରେ ଆସିଥିବା ବନ୍ୟା ସମୟରେ ମଧ୍ୟ ଏମିତି ସ୍ଥିତି ଉପଜୁଥିଲା। ହେଲେ କମ୍ପାନୀର କର୍ମଚାରୀ ସବୁ ବାଧା ବିଘ୍ନ ପରେ ବି ନିଜର କାମ କରିଥିଲେ। ସେହି ସମୟରେ ମଧ୍ୟ କର୍ମଚାରୀଙ୍କ ବେତନ ବୃଦ୍ଧି କରାଯାଇଥିଲା ବୋଲି ସିଇଓ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.