Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କଫି ଟେବୁଲ୍‌ରେ କଂସ : ପୁରାଣରୁ ଇତିହାସ ଯାଏଁ ଧନୁଯାତ୍ରାର ଜୟ ଜୟକାର

7/02/2019 at 3:10 PM

ଭୁବନେଶ୍ବର ୭|୧: ବିଶ୍ବର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚ ବରଗଡର ଧନୁଯାତ୍ରା । ଦେଶ ବିଦେଶରେ ବରଗଡ ଧନୁଯାତ୍ରା ବେଶ୍ ପ୍ରସିଦ୍ଧ । ପ୍ରତ୍ୟେକ ବର୍ଷ ଡିସେମ୍ବର ତୃତୀୟ ସପ୍ତାହ ବା ପୌଷ ମାସର ୪ର୍ଥ ଦିନରୁ ଆରମ୍ଭ ହେଉଥିବା ଏହି ଯାତ୍ରା ୧୧ଦିନ ବ୍ୟାପୀ ଅନୁଷ୍ଠିତ ହୋଇ ପୌଷ ପୂର୍ଣ୍ଣମୀରେ ସମାପ୍ତ ହୋଇଥାଏ ।

ଏହି ସମୟରେ ସମଗ୍ର ବରଗଡ ସହର ପାଲଟିଯାଏ ଦ୍ବାପରଯୁଗର ମଥୁରା ନଗର ଓ ପାଖରେ ଥିବା ଅମ୍ବାପାଲି ଗାଁ ହୋଇଯାଏ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା କ୍ଷେତ୍ର ଗୋପପୁର । ବରଗଡ ଏବଂ ଅମ୍ବାପାଲି ମଧ୍ୟରେ ରହିଥିବା ଜିରା ନଦୀ ପାଲଟିଯାଏ ଯମୁନା । ଏ ଦୁଇ ସ୍ଥାନର ପ୍ରତ୍ୟେକ ସାଧାରଣ ବ୍ୟକ୍ତି ମଧ୍ୟ ହୋଇଯାଆନ୍ତି କୃଷ୍ଣଲୀଳାର ଜଣେ ଜଣେ ପାତ୍ର ।

ନିଆରା ଏହି ବଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଆକର୍ଷଣୀୟ ଚିତ୍ର, ଚରିତ୍ର ଏବଂ ଚର୍ଚ୍ଚା ଏବେ ଆପଣଙ୍କ କଫି ଟେବୁଲରେ ଉପଲବ୍ଧ । ଏକାଡେମୀ ଫର୍ ମିଡିଆ ଲର୍ଣ୍ଣିଂ ପ୍ରକାଶନ ପକ୍ଷରୁ ଏବେ ଧନୁଯାତ୍ରା ଥିମ୍‌କୁ ନେଇ ପ୍ରସ୍ତୁତ ହୋଇଛି ଏକ କଫି ଟେବୁଲ୍ ବୁକ୍‌ । ଏହାର ଟାଇଟଲ୍ ରହିଛି ‘କଂସ ମହାରାଜା- ଦ ହୀରୋ ଅଫ୍ ବରଗଡ ଧନୁଯାତ୍ରା’।

ସ୍ବାଧୀନତା ପ୍ରାପ୍ତିର ଆନନ୍ଦ ଓ ଉତ୍ସବ ପାଳନର ଝୁଂକରୁ ବରଗଡ ଧନୁଯାତ୍ରାର ଆରମ୍ଭ ବୋଲି ଏହି କଫି ଟେବୁଲ୍ ବୁକ୍‌ରେ କୁହାଯାଇଛି । ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ୭୦ ବର୍ଷର ଇତିହାସ ଏହି ପୁସ୍ତକରେ ସ୍ଥାନ ପାଇଛି । ୪୪ ପୃଷ୍ଠା ସମ୍ବଳିତ ପୁସ୍ତକର ପରିପାଟି ଆକର୍ଷଣୀୟ ଓ ସଂରକ୍ଷଣୀୟ ହୋଇଛି । ପ୍ରତି ପୃଷ୍ଠାରେ ବରଗଡ ଧନୁଯାତ୍ରାର ବିରଳ ଓ ଆକର୍ଷଣୀୟ ଫଟୋ ଋଚିପୂର୍ଣ୍ଣ ଭାବେ ସ୍ଥାନିତ କରାଯାଇଛି । ମୁଖ୍ୟତଃ ୧୪ଟି ବିଷୟକୁ ଏହି ପୁସ୍ତକରେ ଫୋକସ୍ କରାଯାଇଛି ।

୧୯୫୭ ମସିହାରୁ ୨୦୧୮-୧୯ ମସିହା ମଧ୍ୟରେ ବରଗଡ ଧନୁଯାତ୍ରାରେ ସର୍ବାଧିକ ସମୟ ମାତ୍ର ୪ ଜଣ କଂସ ଭୂମିକାର ଅଭିନୟ କରିଛନ୍ତି । ସେମାନେ ହେଲେ ଯୁଧିଷ୍ଠିର ଶତପଥୀ (୧୯୫୭-୮୦), ଗୋପାଳ ସାହୁ/ଏଲି (୧୯୯୪-୧୯୯୮ ଏବଂ ୨୦୦୧-୨୦୦୮), ହୃଷୀକେଶ ଭୋଇ (୨୦୦୯-୨୦୦୧୬), ଭୁବନେଶ୍ବର ପ୍ରଧାନ (୧୯୯୯ , ୨୦୧୭, ୨୦୧୮) । ଏମାନଙ୍କ ସମ୍ପର୍କରେ ଚୁମ୍ବକରେ ସୂଚନା ସାଙ୍ଗକୁ ପୌରାଣିକ କଥାବସ୍ତୁ କିଭଳି ବାସ୍ତବ ଜୀବନରେ ରୂପାନ୍ତରିତ ହୋଇଛି ତାର ଏକ ସୁନ୍ଦର ଉପସ୍ଥାପନା ପାଠକଙ୍କୁ ଏହି ପୁସ୍ତକ ପ୍ରତି ନିଶ୍ଟୟ ଆକୃଷ୍ଟ କରିବ ।

ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ଏହାର ପରିକଳ୍ପନା ଓ ସମ୍ପାଦନା କରିଥିବାବେଳେ ଏକାଡେମୀ ଫର୍ ମିଡିଆ ଲର୍ଣ୍ଣିଂ ପକ୍ଷରୁ ଶ୍ରୀମତି ପଣତି ପରିଡା ଏହାକୁ ପ୍ରକାଶ କରିଛନ୍ତି । ଶର୍ମିଲି ମହାପାତ୍ରଙ୍କ ଆଲେଖ୍ୟ ରହିଥିବାବେଳେ କେମନ୍ତ ସାହୁ ଏବଂ ଅଶୋକ ବହିଦାର ଫିଲ୍ଡ ରିସର୍ଚ୍ଚ କରିଛନ୍ତି । ଓଡିଶା ଲାଇଭ ଫଟୋ ଉତ୍ତୋଳନ କରିଛି । ସୁଧାକର ବିଶ୍ବାଳ ପୁସ୍ତକଟି ପାଇଁ ଡିଜିଟାଲ ଡିଜାଇନ କରିଛନ୍ତି । ୬୦୦ଟଙ୍କା ଦାମ୍ ରଖାଯାଇଥିବା ଏହି କଫି ଟେବୁଲ୍ ବୁକ୍‌ ବେଶ୍ ଆଦୃତ ହେବ ବୋଲି ଆଶା କରାଯାଉଛି ।

   Related Posts