ଚମକ ତ୍ୱଚା ପାଇଁ ଲଗାନ୍ତୁ କଫି ଆଇସ୍ କ୍ୟୁବ୍ : ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ ୧୫/୦୭: କଫି ଚେହେରା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ, ଏହା ତ୍ୱଚାକୁ ସୁନ୍ଦର ରଖିବା ସହିତ ତ୍ୱଚାର ପିଗମେଣ୍ଟେସନକୁ ମଧ୍ୟ ଦୂର କରିଥାଏ । କଫିକୁ ଆପଣ ତ୍ୱଚାରେ ସ୍କ୍ରବ୍ ଏବଂ ଫେସ୍ ପ୍ୟାକ୍ ଭାବରେ ବ୍ୟବହାର କରିପାରିବେ । କଫିରେ ବ୍ଲିଚିଂ ପ୍ରପର୍ଟି ଯୁକ୍ତ ଆଣ୍ଟି-ଏଜିଙ୍ଗ୍ ପ୍ରପର୍ଟି ରହିଥାଏ, ଯାହା ବୟସ ପୂର୍ବରୁ ଚେହେରାରେ କୁଞ୍ଚନ, କଳା ରଙ୍ଗର ପ୍ୟାଚ୍ ଭଳି ସମସ୍ୟା ଦୂର କରିଥାଏ । ଏହା ବ୍ୟତୀତ ଏହା ଡେଡ୍ ସ୍କିନ୍ ବାହାର କରି ତ୍ୱଚାକୁ ଚମକାଇଥାଏ ।

{"width":622,"height":415}
PunjabKesari

ତେବେ ଚାଲନ୍ତୁ ଜାଣିବା କଫି ବ୍ୟବହାର କରିବାର ଏକ ନୂତନ ଉପାୟ ବିଷୟରେ, ଯାହା ତ୍ୱଚାରେ ପ୍ରୟୋଗ କରିବା ଅତି ସହଜ ହେବ । ତାହା ହେଉଛି କଫି ଆଇସ୍ କ୍ୟୁବ୍ । ଆପଣ ଦୈନନ୍ଦିନ ସ୍କିନ୍ କେୟାରରେ କଫି ଆଇସ୍ କ୍ୟୁବ୍ ଅନ୍ତର୍ଭୁକ୍ତ କରିପାରିବେ । ଏହାକୁ ବ୍ୟବହାରରେ ଆପଣ ଚର୍ମ ସମସ୍ୟା  ଯେପରିକି ସନବର୍ଣ, ଫାଇନ୍ ଲାଇନ୍ସ, କୁଞ୍ଚନ, କଳା ଦାଗ, ବ୍ରଣ, ଡଲ୍ ସ୍କିନ୍ ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

କିପରି ପ୍ରସ୍ତୁତ କରିବା କଫି ଆଇସ୍ କ୍ୟୁବ୍ :

କଫି ଆଇସ୍ କ୍ୟୁବ୍ ପ୍ରସ୍ତୁତ କରିବା ବହୁତ ସହଜ । ଏଥିପାଇଁ ଷ୍ଟ୍ରଙ୍ଗ୍ ଅରଗାନିକ୍ କଫି ନିଅନ୍ତୁ । ସର୍ବପ୍ରଥମେ, ୧ କପ ଗରମ ପାଣିରେ ପ୍ରାୟ ୨-୩ ଟେବୁଲ ଚାମଚ କଫି ମିଶାନ୍ତୁ । ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଏକ ବରଫ ଟ୍ରେରେ ପୁରାଇ ଫ୍ରିଜରେ ରଖନ୍ତୁ । ଏହି ମିଶ୍ରଣରେ ଆପଣ ମହୁ ମଧ୍ୟ ମିଶାଇ ପାରିବେ ।

{"width":623,"height":623}
PunjabKesari

ଏହିପରି କରୁନ୍ତୁ ବ୍ୟବହାର :

-ସର୍ବପ୍ରଥମେ ତ୍ୱଚାକୁ ସଫା ପାଣିରେ ଧୋଇ ଭଲଭାବରେ ପୋଛି ଦିଅନ୍ତୁ ।

-ଏକ କପଡାରେ ବରଫ ଖଣ୍ଡକୁ ଗୁଡାନ୍ତୁ ।

-କଫି ଆଇସ୍ କ୍ୟୁବକୁ ଗୋଲାକାର ଆକାରରେ ମୁହଁରେ ଘଷନ୍ତୁ ।

-ଏହାପରେ ୪-୫ ମିନିଟ୍ ସ୍କିନ ମସାଜ୍ କରନ୍ତୁ ।

-କିଛି ସମୟ ମୁହଁକୁ ଏହିପରି ଛାଡି ଦିଅନ୍ତୁ ଏହାପରେ ସଫା ପାଣିରେ ଧୋଇ ଦିଅନ୍ତୁ ।

{"width":623,"height":443}
PunjabKesari

କଫି ଆଇସ୍ କ୍ୟୁବର ଫାଇଦା :

-ତ୍ୱଚାରେ କଫି ଆଇସ୍ କ୍ୟୁବ୍ ଲଗାଇଲେ ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ, ଏହାଦ୍ୱାରା ତ୍ୱଚା ପ୍ରାକୃତିକ ଭାବରେ ଟାଣ ହୋଇଥାଏ ।

- କଫି ଆଇସ୍ କ୍ୟୁବ୍ ଆଖି ଫୁଲାକୁ ଦୁର କରିବାରେ ସାହାଯ୍ୟ କରିଥାଏ ।

-ଏଥିରେ ଆଣ୍ଟିଅକ୍ସିଡାଣ୍ଟ ସହିତ - କ୍ଲୋରୋଜେନିକ୍ ଏସିଡ୍ ମିଳିଥାଏ, ଯାହା ପିମ୍ପଲ୍ ସହିତ ଲଢିବାରେ ସାହାଯ୍ୟ କରିଥାଏ ।

-ଅଏଲି ସ୍କିନ୍ ପାଇଁ କଫି ଆଇସ୍ କ୍ୟୁବ୍ ଅତ୍ୟନ୍ତ ପ୍ରଭାବଶାଳୀ । ଏହା ତ୍ୱଚାରେ ଅଧିକ ତେଲ ଉତ୍ପାଦନ କରୁଥିବା ସେବମ୍ କୁ ନିୟନ୍ତ୍ରଣ କରିଥାଏ ।

-ତ୍ୱଚାକୁ ଉଜ୍ୱଳ ଏବଂ ଚମକ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.