Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି : ହୋଇପାରିବ ନାହିଁ ଏହିସବୁ କାମ, ଜାଣନ୍ତୁ କ’ଣ

10/03/2019 at 7:02 PM

ଦିଲ୍ଲୀ ୧୦/୩ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ | ନିର୍ବାଚନ ତାରିଖ ସହ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ | ଆଦର୍ଶ ଆଚରଣ ବିଧି ଲାଗୁ ହେବା ସହ ରାଜନୈତିକ ଦଳ, ପ୍ରାର୍ଥୀ, ଶାସନାଧୀନ ଦଳ ଏବଂ ମନ୍ତ୍ରୀ ପ୍ରତିନିଧିଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦେଶାନୁସାରେ କାମ କରିବାକୁ ପଡିବ |


ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଦେଶରେ କେଉଁ କେଉଁ କାମ କରିପାରିବେ ନାହିଁ :
ଆଦର୍ଶ ଆଚରଣ ବିଧି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା କିଛି ନିୟମ ଯାହା ଦଳ ଏବଂ ପ୍ରାର୍ଥୀଙ୍କୁ ପାଳନ କରିବାକୁ ପଡିଥାଏ | ଏହି ନିୟମ ଉଲଂଘନ କଲେ ପ୍ରାର୍ଥୀ କିମ୍ବା ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ |


କେବେଠାରୁ ଲାଗୁ ହେବ ନିୟମ ?
ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥାଏ | ରାଜନୈତିକ ଦଳ, ପ୍ରାର୍ଥୀ, ଶାସନାଧୀନ ଦଳ ନିଜ ଅଧୀନ ଅଂଚଳରେ ରହି କାମ କରିଥାନ୍ତି | ଲୋକସଭା ନିର୍ବାଚନ ବେଳେ ଏହି ନିୟମ ପୁରା ଦେଶରେ ଲାଗୁ ହୋଇଥାଏ |


ନିର୍ବାଚନ ଫଳାଫଳ ଆସିବା ପର୍ଯ୍ୟନ୍ତ ମନ୍ତ୍ରୀ କିମ୍ବା ପ୍ରତିନିଧି ଏହିସବୁ କାର୍ଯ୍ୟ କରିପାରିବେ ନାହିଁ :
୧. କୌଣସି ମତେ ପ୍ରାର୍ଥୀ କିମ୍ବା ମନ୍ତ୍ରୀ କୌଣସି ପ୍ରକାର ଆର୍ଥିକ ମଞ୍ଜୁରୀ କିମ୍ବା ଘୋଷଣା କରିପାରିବେ ନାହିଁ |
୨. ଲୋକ ସେବକଙ୍କୁ ଛାଡି କୌଣସି ପ୍ରକାର ପ୍ରତି ଯୋଜନା ବା ସ୍କିମକୁ ଆଧାରଶିଳ ରଖି ପାରିବେ ନାହିଁ |
୩. ସଡକ ନିର୍ମାଣ ଏବଂ ପାଣି ସୁବିଧା ଉପଲବ୍ଧ କରିବା ପାଇଁ କୌଣସି ପ୍ରତିଶୃତି ଦେଇପାରିବେ ଅହିଁ |
୪. ଶାସନ, ସାର୍ବଜନିକ ଉପକ୍ରମ ଆଦି କ୍ଷେତ୍ରରେ ନିଯୁକ୍ତି ଦେଇପାରିବେ ନାହିଁ | ଯେଭଳି ଶାସନାଧୀନ ଦଳ ସପକ୍ଷରେ ଭୋଟର ପ୍ରଭାବିତ ହେବ |
୫. କୌଣସି ପ୍ରାର୍ଥୀ ଏମିତି କୌଣସି କାମ କରିପାରିବେ ନାହିଁ ଯାହାଫଳରେ ବିଭିନ୍ନ ଜାତି ଏବଂ ଧର୍ମ ମଧ୍ୟରେ ମତଭେଦ ସୃଷ୍ଟି ହେବ |
୬. କୌଣସି ଦଳ କିମ୍ବା ପ୍ରାର୍ଥୀ ପତାକା ଏବଂ ନାରା ଲେଖିବା ପାଇଁ ଘରୋଇ ସମ୍ପତ୍ତି ବିନା ଅନୁମତି ବ୍ୟବହାର କରିପାରିବେ ନାହିଁ |


ଶାସନାଧୀନ ଦଳ ପାଇଁ ନିର୍ଦେଶ :
ମନ୍ତ୍ରୀ ନିଜ ଦଳର ଗସ୍ତକୁ ପ୍ରଚାର ସହ ଯୋଡି ପାରିବେ ନାହିଁ | ନିର୍ବାଚନ ପ୍ରଚାରରେ ସ୍ୱାସକିୟ ମେସିନ କିମ୍ବା କର୍ମଚାରୀଙ୍କୁ ବ୍ୟବହାର କରିପାରିବେ ନାହିଁ | ଏହାସହ ସରକାରୀ ଗାଡିକୁ ନିଜ ହିତ ପାଇଁ ବ୍ୟବହାର କରିପାରିବେ ନାହିଁ | ସାର୍ବଜନୀନ ସ୍ଥାନକୁ ମନ୍ତ୍ରୀ କିମ୍ବା ପ୍ରାର୍ଥୀ ବ୍ୟବହାର କରିପାରିବେ ନାହିଁ | ସମାଚାର ପତ୍ର, ବିଜ୍ଞାପନ ଆଦି ପାଇଁ ଦଳ ସରକାରୀ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ |


ସଭା ପାଇଁ ନିର୍ଦେଶ :
କୌଣସି ଜନସଭା ଆୟୋଜନ କରିବା ପୂର୍ବରୁ ଏନେଇ ପ୍ରଶାସନକୁ ସୂଚନା ଦେବାକୁ ପଡିବ | ଏଥିପାଇଁ କୌଣସି ଧାରା ବା ଆଦେଶ ଲାଗୁ ହୋଇଛି ନା ନାହିଁ ସେ ସୂଚନା ମଧ୍ୟ ଥିବା ଦରକାର | ରାଲି ପାଇଁ ମଧ୍ୟ ଆଗରୁ ଅନୁମତି ନେବାକୁ ପଡିବ | ସେହି ଜାଗାରେ ଅନ୍ୟ କୌଣସି ଦଳର ରାଲି ଅଛି କି ନା ସେ ନେଇ ପତା କରିବାକୁ ହେବ |


ନିର୍ବାଚନ ଦିନ ପାଇଁ ନିର୍ଦେଶ :
ଭୋଟ ଦିନ କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କୁ ଯେଉଁ ପରିଚୟ ପତ୍ର ଦିଆଯିବ ତାହା କେବଳ ଧଳା କାଗଜ ହୋଇଥିବା ଦରକାର | ଏହି କାଗଜରେ ନିର୍ବାଚନ ଚିହ୍ନ ସମ୍ବନ୍ଧୀୟ କୌଣସି ସୂଚନା ନଥିବା ଦରକାର | ମତଦାନ କେନ୍ଦ୍ର ବା ବୁଥ ନିକଟରେ କୌଣସି ପ୍ରଚାର ସାମଗ୍ରୀ ନଥିବା ଉଚିତ |

   Related Posts