ଖରାଦିନେ ନଡ଼ିଆ ପାଣି ପିଅନ୍ତୁ : ଏହି ସବୁ ରୋଗ ପାଇଁ ହୋଇଥାଏ ରାମବାଣ

Published By : Prameya-News7 Bureau | April 14, 2019 IST

ଖରାଦିନ ଆରମ୍ଭ ନ ହେଉଣୁ ଅନେକ ପ୍ରକାରର ରୋଗ ଦେଖା ଯାଇଥାଏ। ଏହା ଛଡ଼ା ଦିନ ବୋଝ ଭଳି ଲାଗିଥାଏ ଏବଂ ଥକ୍କାପଣ ଅନୁଭବ ହୋଇଥାଏ। ଏପରି ପରିସ୍ଥିତିରେ ନଡ଼ିଆ ପାଣି ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ପ୍ରଚୁର ମିନେରାଲସ୍ ଏବଂ ନ୍ୟୁଟ୍ରିଏଣ୍ଟସରେ ଭରି ରହିଥିବା ନଡ଼ିଆ ପାଣି ପିଇ ଖରାଦିନରେ ତାଜାପଣ ଅନୁଭବ କରାଯାଇଥାଏ। ଏହା ସହିତ ନଡ଼ିଆ ପାଣିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ବ ଶରୀରକୁ ସୁସ୍ଥ ରଖିଥାଏ। ନଡ଼ିଆ ପାଣିରେ ଭିଟାମିନ ସି,ମ୍ୟାଗ୍ନେସିୟମ୍,ମାଙ୍ଗାନିଜ,ପୋଟାସିୟମ୍,ସୋଡ଼ିୟମ, କ୍ୟାଲସିୟମ୍ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ। ନଡ଼ିଆ ପାଣିରେ କ୍ୟାଲୋରୀର ମାତ୍ରା କମ୍ ଥିବାରୁ ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ନଡ଼ିଆ ପାଣି ପିଇବା ଦ୍ବାରା ଅନ୍ୟ କେତେକ ଲାଭ ହୋଇଥାଏ।

{"id":103408,"width":581,"height":430}

୧.କିଡନୀରେ ହୋଇଥିବା ପଥୁରୀରୁ ମୁକ୍ତି ମିଳିଥାଏ: ଯେଉଁମାନଙ୍କ କିଡନୀରେ ପଥୁରୀ ହୋଇଥାଏ ସେମାନଙ୍କୁ ନଡ଼ିଆ ପାଣି ପିଇଲେ ଲାଭ ମିଳିଥାଏ। କ୍ୟାଲସିୟମ୍, ଅକ୍ସଲେଟ୍ ଏବଂ ଅନ୍ୟ କେତେକ ତତ୍ତ୍ବ ମିଶି କ୍ରିଷ୍ଟାଲ୍ ହେବା କାରଣରୁ କିଡନୀରେ ପଥୁରୀ ହୋଇଯାଏ। ନଡ଼ିଆ ପାଣି ଏହି କ୍ରିଷ୍ଟାଲକୁ ତରଳାଇଥାଏ ଏବଂ ଶୀଘ୍ର ବାହାର କରିବାକୁ ସାହାଯ୍ୟ କରିଥାଏ।

{"id":103409,"width":594,"height":352}

୨.ଡାଏବେଟିସ ପାଇଁ ସହାୟକ ହୋଇଥାଏ: ନଡ଼ିଆ ପାଣି ବ୍ଲଡରେ ସୁଗାର ଲେଭେଲକୁ କମ୍ କରିଥାଏ। ଡାଏବେଟିସର ମୁଖ୍ୟ କାରଣ ହେଲା ଶରୀରରେ ଇନସୁଲିନ ହରମୋନର ଅଭାବ। ନଡ଼ିଆ ପାଣିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରରେ ଇନସୁଲିନର ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ। ଡାଏବେଟିସ ରୋଗୀକୁ ନଡ଼ିଆ ପାଣି ପିଇବା ଉଚିତ୍। ଏଥିରେ ଥିବା ମାଗ୍ନେସିୟମ୍ ତତ୍ତ୍ବ ଟାଇପ-୨ ଡାଏବେଟିସ ପ୍ରି ଡାଏବେଟିସ୍ ପାଇଁ ଲାଭଦାୟକ।

{"id":103410,"width":595,"height":424}

୩.ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ: ଶରୀରରେ ଅଧିକ ଫ୍ରି ରାଡିକାଲ୍ସ ଥିଲେ ଏହା କୋଷକୁ କ୍ଷତି ପହଞ୍ଚାଇଥାଏ। ଏହା ଦ୍ବାରା କିଡନୀ ଏବଂ ହୃଦୟ ସହ ଜଡ଼ିତ ଅନେକ ମାରାତ୍ମକ ରୋଗ ହେବାର ସମ୍ଭାବନା ବଢ଼ିଯାଇଥାଏ। ନଡ଼ିଆ ପାଣି ପିଇବା ଦ୍ବାରା ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଫ୍ରି ରାଡିକାଲକୁ ନଷ୍ଟ କରି ଦେଇଥାଏ ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

{"id":103411,"width":585,"height":439}

୪.ଜ୍ବରରେ ଆରାମ ମିଳିଥାଏ: ଖରାଦିନେ ଜ୍ବର ଆସିଲେ ନଡ଼ିଆ ପାଣି ପିଇବା ଉଚିତ୍। ଏହା ଦ୍ବାରା ଜ୍ବର ଭଲ ହୋଇ ଯାଇଥାଏ,ଏହା ସହିତ ଶରୀରର ଦୁର୍ବଳତା ଏବଂ ପୋଷକ ତତ୍ତ୍ବର ଅଭାବକୁ ପୂରା କରିଥାଏ। ନଡ଼ିଆ ପାଣି ହାଲୁକା ହୋଇଥିବା କାରଣରୁ ଏହା ଶୀଘ୍ର ଅବଶୋଷିତ ହୋଇଯାଇଥାଏ।

{"id":103412,"width":596,"height":397}

୫.ଝାଡ଼ାବାନ୍ତିରୁ ମୁକ୍ତି: ଖରାଦିନେ ଝାଡ଼ା ବାନ୍ତି ସାଧାରଣ କଥା ହୋଇଥାଏ,କାରଣ ଏହି ଦିନରେ ଖାଦ୍ୟ ଠିକଭାବେ ହଜମ ହୋଇନଥାଏ। ଏହା ଦ୍ବାରା ଶରୀର ଦୁର୍ବଳ ହୋଇଯାଇଥାଏ। ଝାଡ଼ାବାନ୍ତି ହେବା ପଛରେ ଶରୀରରେ ପାଣିର ଅଭାବ ସବୁଠୁ ବଡ଼ କାରଣ ହୋଇଥାଏ। ଏଥିପାଇଁ ସବୁଠୁ ଭଲ ବିକଳ୍ପ ହେଉଛି ନଡ଼ିଆ ପାଣି।

{"id":103413,"width":595,"height":334}

୬.ବ୍ରଣ ସମସ୍ୟାରୁ ମୁକ୍ତି: ଖରାଦିନେ ବ୍ରଣ ସମସ୍ୟା ଦେଖାଯାଇଥାଏ। ଏହା ସହିତ ଟ୍ୟାନିଙ୍ଗ୍ ଏବଂ ସନବର୍ଣ୍ଣ ସମସ୍ୟା ମଧ୍ୟ ହୋଇଥାଏ। ଏପରି ପରିସ୍ଥିତିରେ ନଡ଼ିଆ ପାଣି ପିଇବା ଲାଭଦାୟକ ହୋଇଥାଏ। ପ୍ରତିଦିନ ତ୍ବଚାରେ ୨ଥର ନଡ଼ିଆ ପାଣି ଲଗାଇଲେ ତ୍ବଚା ପରିଷ୍କାର ହୋଇଯାଏ।    

{"id":103414,"width":596,"height":309}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.