ନଡିଆ କତା ଶିଳ୍ପର ହେବ ବିକାଶ : ଅତିରିକ୍ତ ସଚିବ ଏବଂ ସ୍ବତନ୍ତ୍ର ସଚିବଙ୍କ ସହ ଆଲୋଚନା କଲେ କୋଏର୍ ବୋର୍ଡ ଯୁଗ୍ମ ନିର୍ଦେଶକ

Published By : Prameya-News7 Bureau | February 23, 2021 IST

ଭୁବନେଶ୍ବର ୨୩/୦୨ : ରାଜ୍ୟରେ ନଡିଆ କତା ଶିଳ୍ପର ବିକାଶ ପାଇଁ ଭାରତ ସରକାରଙ୍କ MSME ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଖାସ କରି ଓଡିଶାରେ ଏହି ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଓଡିଶାରେ ନଡିଆ କତାରେ ତିଆରି ସାମଗ୍ରୀ ବ୍ୟବସାୟ ପ୍ରାୟ ୪୦ ବର୍ଷ ଧରି ଚାଲିଆସୁଛି । ଏହି ଶିଳ୍ପକୁ ଗତି ଦେବାପାଇଁ ଏବଂ ବଜାରିକରଣ ପ୍ରକ୍ରିୟାକୁ ଆହୁରି ମଜଭୁତ କରିବା ପାଇଁ କୋଏର୍‌ ବୋର୍ଡର ଯୁଗ୍ମ ନିର୍ଦେଶକ ଏମ. କ୍ରିଷ୍ଣା ଭୁବନେଶ୍ବରରେ ପହଞ୍ଚିଛନ୍ତି ।

{"id":413673,"sizeSlug":"large","linkDestination":"none"}

ଭୁବନେଶ୍ବରରେ ପହଞ୍ଚିବା ପରେ ସେ ଓଡିଶା ସରକାରଙ୍କ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଶାସନ ସଚିବ, ଶିଳ୍ପ ନିର୍ଦେଶକ, ଅତିରିକ୍ତ ସଚିବ ଏବଂ ସ୍ବତନ୍ତ୍ର ସଚିବଙ୍କ ସହ ନଡିଆ କତା ଶିଲ୍ପର ବିକାଶ ପାଇଁ ଆଲୋଚନା କରିଛନ୍ତି । ଏହି ଶିଳ୍ପ ପାଇଁ ବାଲେଶ୍ପରରେ ବ୍ୟବସାୟ ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ରାଜ୍ୟର ଅନେକ ଜିଲ୍ଲାରେ ଏହି ଶିଳ୍ପ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଏବଂ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯଉଛି ।

{"id":413674,"sizeSlug":"large","linkDestination":"none"}

ପୁରୀ, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂପୁର, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ ଏବଂ ମୟୂରଭଞ୍ଜରେ ନଡିଆ କତାରେ ତିଆରି ବିଭିନ୍ନ ସାମଗ୍ରୀ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ ହୋଇଥାଏ । ଏହି ବୈଠକରେ ରାଜ୍ୟର କୋଏର ଇଣ୍ଡଷ୍ଟ୍ରି​‌ରେ ଥିବା ସମସ୍ୟା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.