ବ୍ରିଟେନରେ ମଣିଷ ଦେହରେ କରୋନା ଟୀକାର ପରୀକ୍ଷା : ବିଶ୍ୱରେ ଚତୁର୍ଥ, ଜୁଲାଇରୁ ସେପ୍ଟେମ୍ବର ସୁଦ୍ଧା ଆସିଯିବ ଫଳାଫଳ

Published By : Prameya-News7 Bureau | April 23, 2020 IST

ବ୍ରିଟେନରେ କରୋନା ଟୀକାର ପରୀକ୍ଷା କରାଯାଇଛି। ଏହା ଚତୁର୍ଥ ଟୀକା ଯାହାର ମାନବୀୟ ପରୀକ୍ଷଣ କରାଯାଇଛି। ସେପଟେ କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହୁଛି କରୋନା ଏତେ ସହଜରେ ପୃଥିବୀରୁ ଯାଉନାହିଁ। ତେଣୁ କରୋନାର ଅସଲ ସମୟ ଏବେବି ବିଶ୍ବକୁ ଆସିନାହିଁ ବୋଲି ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି।

ଚାଡୋକ୍ସ ୱାନ। ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟର ଏହି ଟୀକାର ମାନବୀୟ ପରୀକ୍ଷଣ କରାଯାଇଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟରେ ପ୍ରଫେସର ସାରାହ ଗିଲବର୍ଟ, ପ୍ରଫେସର ଆଣ୍ଡ୍ରିୟୁ ଡକ୍ଟର ସାଣ୍ଡି ଡୋଗଲାସ, ପ୍ରଫେସର ଟେରେସାଙ୍କ ରିସର୍ଚ୍ଚ ଟିମ୍‌ ଏହି ଟୀକାର ଗବେଷଣା କରିଛନ୍ତି। ବିଶ୍ବରେ ମାନବୀୟ ପରୀକ୍ଷଣ ହେବାରେ ଏହା ହେଉଛି ଚତୁର୍ଥ ଟୀକା। ପୂର୍ବରୁ ଆମେରିକାରେ ଗୋଟିଏ ଏବଂ ଚୀନରେ ଦୁଇଟି ଟୀକାର ପରୀକ୍ଷଣ କରାଯାଇଛି। କିନ୍ତୁ ଅକ୍ସଫୋର୍ଡ ୟୁନିଭର୍ସିଟିର ଟୀକାକୁ ସେପଟେମ୍ବର ସୁଦ୍ଧା ବ୍ୟବହାର ଉପଯୋଗୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ତେଣୁ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୧୦ ଲକ୍ଷ ଟୀକା ଲୋକଙ୍କ ପାଇଁ ବ୍ୟବହାର କରାଯାଇପାରିବ। ଖୁସିର କଥା ହେଲା ଏହି ଟୀକାର ଉତ୍ପାଦନ ପାଇଁ ଯେଉଁସବୁ ସହଯୋଗୀ ସଂସ୍ଥା  ଅଛି ସେମାନଙ୍କ ମଧ୍ୟରେ ଗୋଟିଏ ଭାରତରେ ଅଛି। ଅନ୍ୟ ଗୋଟିଏ ଚୀନରେ ଏବଂ ଦୁଇଟି ୟୁରୋପରେ ଅଛି। ଯଦି ଟୀକା ସଫଳ ହୁଏ ତେବେ ଏସବୁ ସ୍ଥାନରୁ ଏହାର ଉତ୍ପାଦନ କରାଯାଇପାରିବ। ପୂର୍ବରୁ ଏହି ଟିମ୍‌ ଇବୋଲା, ଏବଂ ମର୍ସର ଟୀକା ସଫଳତାର ସହିତ ତିଆରି କରିଥିଲେ।

{"id":258959,"width":575,"height":322,"sizeSlug":"large"}

ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କିନ୍ତୁ ଟୀକା ଓ ଔଷଧକୁ ନେଇ ସେତେଟା ଆଶାବାଦୀ ନାହିଁ। କରୋନା ଯେ ବର୍ଷେ ଦେଢ଼ ବର୍ଷ ମଣିଷକୁ ଅସ୍ତବ୍ୟସ୍ତ କରିବ।  ଏବେବି ବିଶ୍ବର ଅନେକ ଦେଶ ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିବା WHO ମୁଖ୍ୟ ଟେଡ୍ରସ ଆଧାନମ୍ କହିଛନ୍ତି । କିଛି ଦେଶ କରୋନା ଭାଇରସ ଉପରେ ନିୟନ୍ତ୍ରଣ କରି ପାରିଥିବା ଚିନ୍ତା କରୁଥିବା ବେଳେ ଏହା ପୁଣି ଥରେ ଭୟାବହ ରୂପ ନେଉଥିବା ଦେଖିବାକୁ ମିଳୁଛି । ସେପଟେ ଆମେରିକା ଏବଂ ଆଫ୍ରିକାରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଭୟଙ୍କର କରୋନା ମହାମାରୀ ଓ ସଂକ୍ରମଣ ସମସ୍ୟାରୁ  ବର୍ତ୍ତିବାକୁ  ଲକ୍ ଡାଉନ୍ କୌଣସି ଦେଶ ପାଇଁ ସମାଧାନର ବାଟ ନୁହେଁ । ଦେଶ, ରାଜ୍ୟ, କମ୍ୟୁନିଟି, ବ୍ୟକ୍ତି  ନିଜକୁ ପୃଥକିକରଣ କରି ରଖିବାକୁ ପଡିବ ।  ପ୍ରତି କ୍ଷେତ୍ରରେ ଆମେ ମାନେ ନିଜକୁ ସଜାଗ ଓ ସତର୍କ ରଖିବାକୁ ପଡିବ ।

ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହା ମଧ୍ୟ କହିଛି ବର୍ତ୍ତମାନ ୮୩ଟି କରୋନା ଟୀକା ବିଭିନ୍ନ ପର୍ଯ୍ୟାୟରେ ରହିଛି। ଯେଉଁଥିରୁ ୬ଟି ମାନବୀୟ ପରୀକ୍ଷଣ ଚାଲିଛି। ସେପଟେ ଜର୍ମାନୀ ମଧ୍ୟ ଟୀକା ଯଥାଶୀଘ୍ର ଉପଲବ୍ଧ କରାଇବା ନେଇ ଆଶ୍ବାସନା ଦେଇଛି। ୧୮ରୁ ୫୫ ବର୍ଷ ବୟସର ପ୍ରାୟ ୨୦୦ ଲୋକଙ୍କଠାରେ ଏହାର ପ୍ରୟୋଗ କରାଯାଇଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.