ଆଜିଠୁ ଦିଲ୍ଲୀରେ ଉପଲବ୍ଧ ହେବ COCKTAIL DRUG: କେବଳ ଗୋଟିଏ ଡୋଜ୍ କରିବ କୋଭିଡ ଚିକିତ୍ସା

Published By : Prameya-News7 Bureau | May 27, 2021 IST

ନୂଆଦିଲ୍ଲୀ ୨୭/୫: କରୋନା ଭାଇରସକୁ ମୂଳୋତ୍ପାଟନ କରିବାର ମୂଳ ଅସ୍ତ୍ର COCKTAIL DRUG, ଭାରତର ଡାକ୍ତରଖାନାଗୁଡ଼ିକରେ ବ୍ୟବହାର କରିବାକୁ ପ୍ରସ୍ତୁତ ଅଛି । ପ୍ରଥମ କରି ଏହା ରାଜଧାନୀ ଦିଲ୍ଲୀରେ ଆଜିଠାରୁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଏହି ଆଣ୍ଟିବଡି ଔଷଧ ସୋମବାର ଦେଶରେ ଲଞ୍ଚ କରାଯାଇଥିଲା । ହରିୟାଣାର ଜଣେ ବୃଦ୍ଧ ବ୍ୟକ୍ତି ଏହି ଔଷଧ ଗ୍ରହଣ କରିଥିବା ପ୍ରଥମ ବ୍ୟକ୍ତି ।

ବିଶେଷ କଥା ହେଉଛି ଏହି ଔଷଧ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମଧ୍ୟ ବ୍ୟବହୃତ ହୋଇଥିଲା । ଏହି ଔଷଧ ନର୍ମାଣ କରିଛନ୍ତି ଫାର୍ମା କମ୍ପାନୀ ରୋଚେ ଏବଂ ସିପଲା । ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ରୋଚେ ଏହି ଔଷଧର ୧୦ହଜାର ଡୋଜ ଭାରତ ସରକାରଙ୍କୁ ଦେଇଛନ୍ତି । ଏଥି ସହିତ କେନ୍ଦ୍ର ଏହାକୁ ରାଜ୍ୟମାନଙ୍କୁ ବଣ୍ଟନ କରିବା ଆରମ୍ଭ କରିଛି । ଭାରତରେ କକଟେଲ ଡ୍ରଗ ସିପଲାର ତତ୍ତ୍ୱାବଧାନରେ ରହିବ ।

ଭାରତରେ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ଅର୍ଥାତ୍ EUL କୁ ଆଣ୍ଟିବଡି କକଟେଲ ଦେଇଛି । ଏହା ବ୍ୟତୀତ ଆମେରିକାର ଏବଂ ୟୁରୋପୀୟ ୟୁନିଅନର ଅନେକ ଦେଶରେ ଏହି ଔଷଧର ବ୍ୟବହାର କରାଯାଉଛି । ସୋମବାର ରୋଚେ ଇଣ୍ଡିଆ ଏବଂ ସିପଲା ଦ୍ୱାରା ଆରମ୍ଭ ହୋଇଥିବା ଏହି ଔଷଧର ଗୋଟିଏ ଡୋଜ୍ ମୂଲ୍ୟ ରହିଛି ୫୯,୭୫୦ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.