କାନରେ ବଂଶ ବିସ୍ତାର କରୁଥିଲେ ଅସରପା, ଇଏନଟି ଡାକ୍ତରଙ୍କ ଚିକିତ୍ସାରେ ବାହାରିଲେ ୧୦ ଛୁଆ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

Published By : Prameya-News7 Bureau | November 08, 2019 IST

ବେଜିଙ୍ଗ୮।୧୧: କାନ ମଣିଷ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ। କାନରେ କିଛି ସମସ୍ୟା ଥିଲେ ତାହା ଯନ୍ତ୍ରଣା ଦାୟକ ହୋଇଥାଏ। କିନ୍ତୁ ଚୀନ  ବେଜିଙ୍ଗରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ୟ କରୁଛି।  ୨୪ ବର୍ଷ ବୟସ୍କ ଏଲଭି ନାମକ ଜଣେ ଯୁବକଙ୍କ କାନରେ ଅସରପା ବଂଶ ବିସ୍ତାର କରିଥିବା କଥା ଇଏନଟି ଡାକ୍ତର କହିଛନ୍ତି।

ବହୁଦିନରୁ ଏଲଭିଙ୍କ କାନରେ ଯନ୍ତ୍ରଣା ଲାଗି ରହିଥିଲା।  ହେଲେ କାନ ଯନ୍ତ୍ରଣାର କାରଣ ସେ ଜାଣି ପାରୁନଥିଲେ। କିଛି ଦିନ ତଳେ ଭିଷଣ ଯନ୍ତ୍ରଣା ହେବାରୁ ସେ ଜଣେ ନାସା, କର୍ଣ୍ଣ ଓ ଗଳା (ଇଏନଟି) ଡାକ୍ତରଙ୍କ ପାଖକୁ ଯାଇ କାନ ଦେଖାଇଥିଲେ। ତାଙ୍କ କାନରେ ହେଉଥିବା ସମସ୍ୟା ସମ୍ପର୍କରେ ଡାକ୍ତରଙ୍କୁ ଜଣାଇଥିଲେ। 

ଏଲଭିଙ୍କ ସବୁ କଥା ଶୁଣିବା ପରେ ଡାକ୍ତର ତାଙ୍କ କାନ ପରୀକ୍ଷା କରିଥିଲେ। କାନ ଭିତରେ ପରୀକ୍ଷା କରି ଦେଖିବାବେଳେ ନିଜେ ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାଙ୍କ କାନ ଭିତରେ ୧୦ଟି ଛୋଟ ଛୋଟ ଅସରପା ଛୁଆ ଥିବାର ଡାକ୍ତର ଦେଖିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ରାତିରେ ଶୋଇବାବେଳେ କେବେ ତାଙ୍କ କାନରେ ଅସରପା ପଶିଯାଇଥିଲା। ଏଣୁ ଏଲଭିଙ୍କ କାନରେ ଅସରପାଙ୍କ ଯୋଗୁ ଯନ୍ତ୍ରଣା ହେଉଥିଲେ ହେଁ ସେ ଏହାକୁ ଅଣଦେଖା କରୁଥିଲେ।

ଡାକ୍ତର କାନ ଭିତରେ ଔଷଧ ପକାଇ ଚିମୁଟା ମାଧ୍ୟରେ ଗୋଟିଏ ପରେ ଗୋଟିଏ ଅସରପା ତାଙ୍କ କାନରୁ ବାହାର କରିଥିଲେ। କେବଳ ଚୀନ ନୁହେଁ ଆମେରିକା ଫ୍ଲୋରିଡ଼ାରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଜଣେ ବ୍ୟକ୍ତିଙ୍କ କାନରେ ଗୋଟିଏ ଅସରପା ୯ ଦିନ ପର୍ଯ୍ୟନ୍ତ ପଶି ରହିଥିଲା। ଏହାପୂର୍ବରୁ ବେଜିଙ୍ଗରେ ମଧ୍ୟ ଏଭଳି ସମାନ ଘଟଣା ସାମ୍ନାକୁ ଆସିଥିଲା। ଜଣେ ୧୯ ବର୍ଷ ବୟସ୍କ ଯୁବକଙ୍କ କାନରୁ ୨୫ଟି ଛୋଟ ଛୋଟ ଅସରପା ଛୁଆ ବାହାର କରାଯାଇଥିଲା। ତେଣୁ ରାତିରେ ଶୋଇବା ପୂର୍ବରୁ ଏବେ କାନର  ସୁରକ୍ଷା ସୁନିଶ୍ଚିତ କରିବା ନିହାତି ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.