ଗାଈ ନୁହେଁ, ଏବେ ଅସରପା ଖୀରରୁ ପ୍ରସ୍ତୁତ ହେବ Super Food, ଜାଣନ୍ତୁ କାହିଁକି ହେବ ଖାସ୍

Published By : Prameya-News7 Bureau | February 02, 2020 IST

ନୂଆଦିଲ୍ଲୀ :  ଦୀର୍ଘ ବର୍ଷ ହେଲା ପୋକଜୋକଙ୍କୁ ହାଇପ୍ରୋଟିନ ଓ ଲୋ ଫ୍ୟାଟ୍ କ୍ୟାଲୋରୀଯୁକ୍ତ ଆହର ବୋଲି କୁହାଯାଉଛି। ଏବେ ଅସରପା ଆଧାରିତ ପ୍ରୋଟିନ ପାଉଡର ଏବଂ ୱର୍ମସଙ୍କୁ ଏନର୍ଜୀ ଦେବା ଲାଗି ଖାଦ୍ୟ ପଦାର୍ଥ ବି ପ୍ରସ୍ତୁତ ହେବାରେ ଲାଗିଲାଣି । ତେବେ ବିଶ୍ୱର ବୃହତ୍ତ ଜନସଂଖ୍ୟା ଏବେବି ପୋକଜୋକଙ୍କୁ ଖାଦ୍ୟ ଭାବେ ଗ୍ରହଣ କରୁନାହାନ୍ତି। ହେଲେ ଏବେଠୁ ଯାହା ଜଣାପଡିଲାଣି ଆଗାମୀ ସମୟରେ ଏହି ସବୁ ପୋକଜୋକ ସୁପରଫୁଡର କାମ କରିବେ। ଏକ ଦକ୍ଷିଣ ଆଫ୍ରିକୀୟ କମ୍ପାନୀ ଏବେ ଏଭଳି ପୋକଜୋକଙ୍କ ଖୀରକୁ ସୁପରଫୁଡ ଭାବେ ବିକିବାରେ ଲାଗିଲାଣି।

{"id":219299,"width":579,"height":301,"sizeSlug":"large"}

ପ୍ରଥମେ ଅନୁସନ୍ଧାନ କରିଥିଲା ଭାରତ
ତେବେ ଏପରି ସୁପରଫୁଡର ପ୍ରଥମ ପରିକଳ୍ପନା ଭାରତରେ ହିଁ ହୋଇଥିଲା। ଭାରତୀୟ ଗବେଷକମାନେ ଏହାର ଫର୍ମୂଲା ଅନୁସନ୍ଧାନ କରିଥିଲେ। ୨୦୧୬ ମସିହାରେ ହୋଇଥିବା ଏହି ଗବେଷଣାରେ ହାୱାଇ ଦ୍ୱୀପରେ ଦେଖାଯାଉଥିବା ଅସରପା ପ୍ରଜାତିଙ୍କ ଦୁଗ୍ଧ ମନୁଷ୍ୟ ଲାଗି ବେଶ ପୋଷକ ସୃଷ୍ଟି କରିପାରିବ ବୋଲି ଆକଳନ କରାଯାଇଥିଲା। ଏହି ଅନୁସନ୍ଧାନ ଇଂଷ୍ଟେଚ୍ୟୁଟ୍ ଫର ଷ୍ଟେମ ସେଲ ବାୟୋଲଜି ଏଣ୍ଡ ରି ଜେନେରେଟିଭ ମେଡିସିନ କରିଥିଲା।

{"id":219300,"sizeSlug":"large"}

ଗାଈ ଖୀରରୁ ବି ଅଧିକ ସ୍ୱାସ୍ଥ୍ୟପ୍ରଦ
ଗବେଷଣାର ନେତୃତ୍ୱ ନେଇଥିବା ଡା.ସଞ୍ଚାରୀ ବାନାର୍ଜୀଙ୍କ ଅନୁସାରେ ଏଭଳି ଦୁଗ୍ଧରେ ଯେଉଁ କ୍ରିଷ୍ଟଲସ ରହିଛି ତାହା ଏକ ସମ୍ପୂର୍ଣ୍ଣ ମିଲର କାମ ଦେଖାଏ। ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ, ଫ୍ୟାଟସ୍‌ ଓ ସୁଗାର ଥାଏ। ଅଧ୍ୟାୟନରୁ ଜାହା ଜଣାପଡେ ଗାଈ ଖୀରଠୁ ବି ଅସରପା ଖୀର ଅଧିକ ସ୍ୱାସ୍ଥ୍ୟପ୍ରଦ ଓ ପୌଷ୍ଟିକ ବୋଲି ଜଣାପଡିଛି। ଦକ୍ଷିଣ ଆଫ୍ରିକୀୟ କମ୍ପାନୀ ଗୁର୍ମେ ଗ୍ରବ ଏଭଳି ପୋକଜୋକଙ୍କ ପ୍ରସ୍ତୁତ ଖୀର ଏବେ ଉପଲବ୍ଧ କରୁଛି। ଯାହାର ସ୍ୱାଦ ପନିର ବଟର, ଚକୋଲେଟ୍ ଅଥବା ଚା ଭଳି ଲାଗୁଛି। ଏଭଳି ଦୁଗ୍ଧ ଲେକ୍ଟସ ମୁକ୍ତ ହେବା ସାଙ୍ଗକୁ ପ୍ରଚୁର ପ୍ରୋଟିନ ଓ ଫ୍ୟାଟ୍ ରହିଛି।

{"id":219301,"width":574,"height":326,"sizeSlug":"large"}

ଏଣ୍ଟୋମିଲ୍କ ବ୍ରାଣ୍ଡରେ ବିକ୍ରି ହେଉଛି ଦୁଗ୍ଧ
ଗୁର୍ମେ ଗ୍ରବ ପ୍ରସ୍ତୁତ କରୁଥିବା ଏଣ୍ଟୋମିଲ୍କ ହାୱାଇ ଦ୍ୱୀପରେ ମିଳୁଥିବା ସ୍ୱତନ୍ତ୍ର ଅସରପା ପ୍ରଜାତି ଡିପ୍ଲୋପଟେରା ପୁକ୍ଟାଟାରୁ ପ୍ରସ୍ତୁତ କରୁଛି। ଅନ୍ୟ  ଅସରପା ପ୍ରଜାତି ଡିମ୍ବରୁ ଛୁଆ ଦେଉଥିବା ବେଳେ ଏହି ପ୍ରଜାତି ସିଧା ଛୁଆ ଜନ୍ମ କରିଥାଏ ଓ ଛୁଆଙ୍କୁ ବଡ ହେବା ଲାଗି ମା ଖୀର ଉପରେ ନିର୍ଭର କରିଥାନ୍ତି। ଏହି ଅସରପାର ଖୀରରୁ ଏଣ୍ଟୋମିଲ୍କ ପ୍ରସ୍ତୁତ ହେଉଥିବା ବେଳେ ଏହା ଆଗାମୀ ଦିନର ଡାୟେରୀ ବିକଳ୍ପ ଭାବେ ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.