ଆପଣଙ୍କ ଘରେ ଅସରପା ରହିଛନ୍ତି କି : ତେବେ ସାବଧାନ ରୁହନ୍ତୁ,ହୋଇପାରେ ଏହି ଗମ୍ଭୀର ରୋଗ

Published By : Prameya-News7 Bureau | May 27, 2019 IST

ଆପଣଙ୍କ ଘରେ ଯଦି ଅସରପା ରହିଛି ତେବେ ସାବଧାନ ହୋଇଯାଆନ୍ତୁ ଆପଣଙ୍କୁ ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଛି।

{"id":116513,"width":595,"height":277}

ଅସରପା ଯୋଗୁଁ ଫୁଡ ପଏସନିଙ୍ଗ୍ ହେବାର ସମ୍ଭାବନା ରହିଥାଏ ଏହ ବ୍ୟତୀତ ଆପଣଙ୍କୁ ଟାଇଫଏଡ଼ ମଧ୍ୟ ହୋଇପାରେ। କାରଣ ଅସରପା ଯୋଗୁଁ ସେଲମେନେଲା ନାମକ ଭୂତାଣୁ ବ୍ୟାପିଥାଏ।

{"id":116515,"width":596,"height":397}

 ଅସରପା ଯୋଗୁଁ ଆପଣଙ୍କୁ ଆଲର୍ଜି ହେବାର ସମ୍ଭାବନା ମଧ୍ୟ ରହିଥାଏ। ଏହା ଦ୍ବାରା ଆପଣଙ୍କ ତ୍ବଚାରେ ରାସେଜ,ଛିଙ୍କ ଏବଂ ଆଖିରୁ ପାଣି ବୋହିବା ଆଦି ସମସ୍ୟା ହୋଇଥାଏ।

{"id":116517,"width":595,"height":396}

ଅସରପା ଖାଦ୍ୟ ଖାଉଥିବାବେଳେ ସେମାନଙ୍କ ପେଟର ଜୀବାଣୁ ଲାଳ ଆକାରରେ ଖାଦ୍ୟରେ ପଡ଼ିଥାଏ ଯାହା ଆମେ ଖାଇବା ଦ୍ବାରା ଆମ ପାଚନ ପ୍ରକ୍ରିୟାରେ ସମସ୍ୟା ହୋଇଥାଏ।

{"id":116519,"width":595,"height":396}

ଅସରପା ଶ୍ବାସରୋଗୀ ପାଇଁ ଶତ୍ରୃ ହୋଇଥାଆନ୍ତି। ଘରେ ଅଧିକ ସଂଖ୍ୟାରେ ଅସରପା ରହିବା ଦ୍ବାରା ଶ୍ବାସରୋଗୀଙ୍କ ପାଇଁ ସମସ୍ୟାର କାରଣ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.