କୋକିନ୍ ଜବତ ଘଟଣା : ବିଜେପି ନେତା ରାକେଶ ସିଂହ ଗିରଫ, ପାମେଲା ଗୋସ୍ବାମୀ ଆଣିଥିଲେ ଫସାଯାଇଥିବା ଅଭିଯୋଗ

Published By : Prameya-News7 Bureau | February 23, 2021 IST

କୋଲକାତା ୨୩/୦୨ : କୋକିନ୍‌ ଚାଲାଣ ମାମଲାରେ ବିଜେପି ନେତା ରାକେଶ ସିଂହକୁ ଗିରଫ କରିଛି ପୋଲିସ । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧବାନରୁ ରାକେଶଙ୍କୁ କୋଲକାତା ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ରାକେଶଙ୍କ ଗିରଫଦାରୀର କିଛଇ ସମୟ ପୂର୍ବରୁ ତାଙ୍କର ଦୁଇ ପୁଅଙ୍କୁ ହେପାଜତକୁ ନେଇଥିଲା ପୋଲିସ । ପୋଲିସର ଏକ ସ୍ପେଶାଲ ଟିମ୍‌ ରାକେଶ ସିଂହଙ୍କ ଘରେ ଦୀର୍ଘ ୩ ଘଣ୍ଟା ଧରି ଛାନ୍‌ଭିନ୍‌ କରିବା ପରେ ରାକେଶ ସିଂହଙ୍କ ୨ ପୁଅକୁ ହେପାଜତକୁ ନେଇଛି ।

ପୂର୍ବରୁ କୋକିନ୍‌ ଚାଲାଣ ମାମଲାରେ ଗିରଫ ହୋଇଥିବା ବିଜେପି ନେତ୍ରୀ ପାମେଲା ଗୋସ୍ବାମୀ କିନ୍ତୁ ରାକେଶ ସିଂହଙ୍କ ବିରୁଦ୍ଧରେ ତାଙ୍କୁ ଫସାଯାଇଥିବା​‌ ଅଭିଯୋଗ ଆଣିଛନ୍ତି । ଗତ ଫେବୃଆରୀ ୧୯ ତାରିଖରେ କୋକିନ୍‌ ରଖିବା ଅଭିଯୋଗରେ ବିଜେପି ନେତ୍ରୀ ପାମେଲା ଗୋସ୍ବାମୀଙ୍କୁ ଗିରଫ କରିଥିଲା ପୋଲିସ । ପାମେଲା ଗିରଫ ହେବା ପରେ ନିଜ ଦଳର ନେତା ରାକେଶ ସିଂହଙ୍କ ବିରୁଦ୍ଧରେ ଫସାଇଥିବା ଅଭିଯୋଗ ଆଣିଥିଲେ । ସେ କହିଛନ୍ତି ଏହି ପୁରା ଘଟଣାର ସିଆଇଡି ଯାଞ୍ଚ କରାଯାଉ ଯାହା ଫଳରେ କି ସତ୍ୟ ସାମ୍ନାକୁ ଆସିପାରିବ ।

ବର୍ତ୍ତମାନ ବିଜେପି ନେତ୍ରୀ ପାମେଲା ଗୋସ୍ବାମୀ ଫେବୃଆରୀ ୨୫ ଯାଏଁ ପୋଲିସ ହେପାଜତରେ ରହିବେ । ପାମେଲାଙ୍କ ସହିତ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ତାଙ୍କ ଗାଡିରୁ ପ୍ରାୟ ୧୦୦ ଗ୍ରାମ୍‌ କୋକିନ୍‌ ଜବତ କରିଥିଲା ପୋଲିସ । ଏହି ଘଟଣାରେ ପୋଲିସ ଫେବୃଆରୀ ୨୧ରେ ପାମେଲା ଗୋସ୍ବାମୀଙ୍କ ବ୍ୟୁଟି ପାର୍ଲରରେ ମଧ୍ୟ ଚଢଉ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.