Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

କ୍ରିଷ୍ଟିଆନୋ ରୋନାଲଡୋଙ୍କ ଗୋଟିଏ ଇସାରା, କୋକା-କୋଲା କମ୍ପାନୀର ଡୁବିଗଲା ୨୯,୩୦୦ କୋଟି ଟଙ୍କା

16/06/2021 at 4:42 PM

ନୂଆଦିଲ୍ଲୀ ୧୬।୦୬: ସଂପ୍ରତି ଦୁନିଆର ମହାନ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋଙ୍କ ଏକ ଛୋଟ ପଦକ୍ଷେପ କୋକା-କୋଲା କମ୍ପାନୀର ମାର୍କେଟକୁ ବିଗାଡି ଦେଇଛି। ୟୁରୋ ୨୦୨୦ରେ ହଙ୍ଗେରୀ-ପର୍ତ୍ତୁଗାଲର ମ୍ୟାଚ୍‌ ପୂର୍ବରୁ ଆୟୋଜିତ ସାମ୍ଵାଦିକ ସମ୍ମିଳନୀରେ ରୋନାଲ୍ଡୋଙ୍କ ଗୋଟିଏ ଇସାରାରେ କୋକା-କୋଲା କମ୍ପାନୀର ହଜାର ହଜାର କୋଟି ଟଙ୍କାର କ୍ଷତି ଘଟିଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରୋନାଲ୍ଡୋ ନିଜ ସାମ୍ନାରେ ଥିବା  କୋକା-କୋଲା ବୋତଲ ହଟାଇ ଦେଇଥିଲେ। ଏହି କାରଣରୁ ଦୁନିଆର ବଡ କମ୍ପାନୀ କୋକା-କୋଲାକୁ ୨୯,୩୦୦ କୋଟି ଟଙ୍କା ହରାଇବାକୁ ପଡିଛି।

ରୋନାଲଡୋ ବିଶ୍ଵର ଜଣେ ତାରକା ଫୁଟବଲ୍ ଖେଳାଳି। ସେ ଯାହା ବି କରନ୍ତି ତାର ପ୍ରଭାବ  ପଡିଆ ବାହାରେ ମଧ୍ୟ ପଡିଥାଏ। ପର୍ତ୍ତୁଗାଲର ଅଧିନାୟକ ୟୁରୋ ୨୦୨୦ କପରେ  ହଙ୍ଗେରୀ ବିପକ୍ଷ ମୁକାବିଲା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଉତ୍ତେଜିତ ହୋଇ କହିଥିଲେ ଯେ, କୋଲ୍ଡ ଡ୍ରିଙ୍କ୍ ନୁହେଁ, ଆମକୁ ପାଣି ପିଇବାର ଅଭ୍ୟାସ କରିବା ଉଚିତ୍।

ଏଥିରେ କୌଣସି ସଂଶୟ ନାହିଁ ଯେ, ରୋନାଲ୍ଡୋ ସଂପ୍ରତି ବିଶ୍ଵର ସବୁଠୁ ଫିଟ୍ ଖେଳାଳିଙ୍କ ମଧ୍ୟରୁ ଜଣେ। ୩୬ ବର୍ଷ ବୟସରେ ମଧ୍ୟ ଏହି ତାରକା ଷ୍ଟ୍ରାଇକର ନିଜଠୁ ୧୦ ବର୍ଷ ସାନର ଖେଳାଳିଙ୍କୁ ଫିଟନେସ୍‌ରେ ଟକ୍କର ଦେବାର ସାମର୍ଥ୍ୟ ରଖିଛନ୍ତି। ତାଙ୍କର ପ୍ରତିଟି ଚାଳିଚଳନ ଉପରେ ସଭିଙ୍କ ନଜର ରହିଛି। ହୋଇପାରେ କୋକା-କୋଲା ୟୁରୋ ୨୦୨୦ର ପ୍ରାୟୋଜକ ମଧ୍ୟରୁ ଏକ, ତଥାପି ରୋନାଲଡୋ ନିଜ ସାମ୍ନାରେ କୋକା-କୋଲା ବୋଲରକୁ ହଟାଇ ପାଣି ପିଇବାକୁ ଅପିଲ୍ କରିଥିଲେ। ଫୁଟବଲ୍ ସୁପରଷ୍ଟାରଙ୍କ ଏହି ପ୍ରସ୍ତାବରେ କୋକା-କୋଲା ବ୍ରାଣ୍ଡର ଆୟରେ ୪  ବିଲିୟନ ଆମେରିକୀୟ ଡଲାର ଅର୍ଥାତ ୨୯,୩୦୦ କୋଟି ଟଙ୍କା ହ୍ରାସ ଘଟିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ କୋକା-କୋଲାର ସେୟାରର ମୂଲ୍ୟ ୫୬.୧୦ ଡଲାରରୁ ହ୍ରାସ ପାଇ ୫୫.୨୨ ଡଲାରକୁ ହ୍ରାସ ଘଟିଛି। ରୋନାଲଡୋଙ୍କ ଏମିତି ଏତାଦୃଶ୍ୟରେ କୋକା-କୋଲାର ସେୟାରରେ ୧.୬ ପ୍ରତିଶତ ହ୍ରାସ ଘଟିଛି। ଏହା ପରେ ବଜାରର ମୂଲ୍ୟ ୨୪୨ ବିଲିୟନ ଡଲାରରୁ ୨୩୮ ବିଲିୟନ ଡଲାରକୁ ଖସି ଆସିଛି।

———– 

 ଭୁବନେଶ୍ଵର ୧୬।୦୬:

   Related Posts