ଘର କାନ୍ଥରୁ ଦୁଇ ନାଗୁଣୀଙ୍କ ସହ ୪୫ ନାଗ ଛୁଆ ଉଦ୍ଧାର

Published By : Prameya-News7 Bureau | June 20, 2019 IST

ଭଦ୍ରକ ୨୦|୬: ଦୁଇ ନାଗୁଣୀଙ୍କ ସହ ୪୫ ନାଗ ଛୁଆ ଉଦ୍ଧାର ହୋଇଛନ୍ତି । ଭଦ୍ରକ ଗ୍ରାମାଂଚଳ ଥାନା ହାତୀ ସାହିରେ ଦେଖାଦେଇଛି ଏମିତି ନାଗ ଆତଙ୍କ । ହାତୀ ସାହିର ସୁରେଶ ରାଉତଙ୍କ ଘର କାନ୍ଥରେ ଏହି ସାପ ଥିଲେ । ଘରେ ତାଙ୍କ ଝିଅ ଶୋଇଥିବା ବେଳେ ଗୋଟିଏ ସାପ ଗୋଡ ଉପରେ ଚାଲିଯାଇଥିଲେ । ଫଳରେ ଘରେ ସାପ ଦେଖି ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ ।

{"id":124967}

ସାପ ଧରିବାକୁ ମିର୍ଜା ଆରିଫ ନାମକ ଜଣେ ସାପ ଧରାଳିଙ୍କୁ ଖବର ଦିଆଯାଇଥିଲା । ମିର୍ଜା ଘଟଣାସ୍ଥଳରେ ପହଞ୍ଚି ସାପ ଖୋଜିଥିଲେ । କିନ୍ତୁ ଯାହା ଦେଖିବାକୁ ମିଳିଲା ତାହା ତାଜୁବ କଲାଭଳି । କାରଣ ଯେତେ ଧରୁଥିଲେ ସେତେ ଅଧିକ ସାପ ଦେଖିବାକୁ ମିଳୁଥିଲେ ସୁରେଶଙ୍କ କାନ୍ଥରେ ।

{"id":124966}

ଏଭଳି ଘଟଣା ପ୍ରଘଟ ପରେ ସାପ ଦେଖିବାକୁ ଲୋକଙ୍କ ଭିଡ ଲାଗିଯାଇଥିଲା । ବେଶ୍ କିଛି ସମୟ କସରତ ପରେ ୨ଟି ନାଗୁଣୀ ସହ ୪୫ଟି ନାଗ ଛୁଆ ଉଦ୍ଧାର କରାଯାଇଥିଲା । ଏତେ ସଂଖ୍ୟକ ସାପକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.