କୋବ୍ରାପୋଷ୍ଟ ଷ୍ଟିଙ୍ଗ୍‌ରେ ବଡ ଖୁଲାସା : ଟଙ୍କା ନେଇ ପ୍ରଚାର ପାଇଁ ସହମତି ପ୍ରକାଶ କରିଛନ୍ତି ବଲିଉଡ୍ କଳାକାର

Published By : Prameya-News7 Bureau | February 20, 2019 IST

ନୂଆଦିଲ୍ଲୀ ୨୦|୨ : ବଲିଉଡର କିଛି ନାମୀଦାମୀ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଷ୍ଟିଙ୍ଗ୍ ଅପରେସନ କରିଛି ଅନଲାଇନ୍ ପୋର୍ଟାଲ କୋବ୍ରାପୋଷ୍ଟ । ଏହି ଷ୍ଟିଙ୍ଗ୍ ଅପରେସନରେ ୩୦ରୁ ଅଧିକ ବଲିଉଡ୍ କଳାକାର ସାମିଲ ଅଛନ୍ତି । କୋବ୍ରାପୋଷ୍ଟ ଷ୍ଟିଙ୍ଗରେ ଦାବି କରିଛି ଯେ, ଟଙ୍କା ନେଇ ସୋସିଆଲ ମିଡିଆରେ ବଲିଉଡ୍ କଳାକାରମାନେ ରାଜନୈତିକ ଦଳମାନଙ୍କର ଏଜେଣ୍ଡାକୁ ପ୍ରଚାର ପ୍ରସାର କରିବା ସହମତି ପ୍ରକାଶ କରିଛନ୍ତି ।  ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଥିତ ଭାବେ ଡିଲ୍ ପାଇଁ ସିଙ୍ଗର, ଅଭିନେତା ଅଭିନେତ୍ରୀ, ଡ୍ୟାନ୍ସର ଏବଂ କେତେକ ଟେଲିଭିଜନ କଳାକାରଙ୍କୁ ଭେଟିଥିଲେ କୋବ୍ରାପୋଷ୍ଟର ପ୍ରତିନିଧି ।

wp:core-embed/twitter {"url":"https://twitter.com/cobrapost/status/1097792239764422656","type":"rich","providerNameSlug":"twitter","className":""}
https://twitter.com/cobrapost/status/1097792239764422656
/wp:core-embed/twitter

କୋବ୍ରାପୋଷ୍ଟ ରିପୋର୍ଟ ଅନୁସାରେ ଏହି ଷ୍ଟିଙ୍ଗ୍ ରେ ସିଙ୍ଗର ଅଭିଜିତ ଭଟ୍ଟାଚାର୍ଯ୍ୟ, କୈଲାସ ଖେର, ମିକା ସିଂହ, ବାବା ସହଗଲ ରହିଛନ୍ତି । ସେହିଭଳି ଅଭିନେତାଙ୍କ ମଧ୍ୟରେ ଜ୍ୟାକି ସରାଫ, ଶକ୍ତି କପୁର, ବିବେକ ଓବରାୟ, ସୋନୁ ସୁଦ, ଅମିଷା ପଟେଲ, ମହିମା ଚୌଧୁରୀ, ଶ୍ରେୟସ ତଲପଡେ, ପୁନୀତ ଇସାର, ସୁରେନ୍ଦ୍ର ପାଲ, ପଙ୍କଜ ଧୀର, ଟିକ୍ସା ଚୋପଡା, ଦୀପଶିଖା ନାଗପାଲ, ଅଖିଲେନ୍ଦ୍ର ରୋହିତ ରାୟ, ରାହୁଲ ଭଟ୍ଟ, ସଲିମ ଜୈଦି, ରାକ୍ଷୀ ସାଓ୍ବନ୍ତ, ଅମନ ବର୍ମା, ହିତେନ ତେଜଓ୍ବାନୀ, ପୁନମ ପାଣ୍ଡେ, ସନି ଲିଓନି ରହିଛନ୍ତି ।

ହାସ୍ୟଅଭିନେତାଙ୍କ ମଧ୍ୟରେ ରାଜୁ ଶ୍ରୀବାସ୍ତବ, ସୁନୀଲ ପାଲ, ରାଜପାଲ ଯାଦବ, ଉପାସନା ସିଂହ, କୃଷ୍ଣା ଅଭିଷେକ ଏବଂ ବିଜୟ ଇଶ୍ବରଲାଲ ପଓ୍ବାର ଏବଂ ଅନ୍ୟମାନେ ରହିଛନ୍ତି । ଏହି କଳାକାରମାନେ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରାଜନୈତିକ ଦଳମାନଙ୍କ ସହମତିରେ ସହଯୋଗ କରିବା ପାଇଁ ସନ୍ଦେଶ ପୋଷ୍ଟ କରିବାରେ ରାଜି ହୋଇଛନ୍ତି ।

wp:core-embed/twitter {"url":"https://twitter.com/cobrapost/status/1097794740945383426","type":"rich","providerNameSlug":"twitter","className":""}
https://twitter.com/cobrapost/status/1097794740945383426
/wp:core-embed/twitter

କୋବ୍ରା ରିପୋର୍ଟ ଅନୁସାରେ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି । ଦୁଷ୍କର୍ମ ଏବଂ କୌଣସି ବିବାଦୀୟ ଘଟଣା ଅଥବା ଦୁର୍ଘଟଣା ମାମଲା ଉପରେ ମଧ୍ୟ ସରକାରଙ୍କ ସପକ୍ଷରେ ମତ ଦେଉଛନ୍ତି । ଏହି ସମସ୍ତ ମାମଲାରେ ବିଜେପି, ଆପ୍, କଂଗ୍ରେସ ଦଳ ରହିଛନ୍ତି । ଏହାସହ ଦାବି କୋବ୍ରାପୋଷ୍ଟ ଦାବି କରିଛି ଯେ କେତେକ କଳାକାର ନିଜ ନିଜର ପ୍ୟାନ୍ ନମ୍ବର ଏବଂ ବ୍ୟାଙ୍କ୍ ଡିଟେଲ୍ ସେୟାର କରିଥିବାବେଳେ କେତେକ କ୍ୟାସ୍ ନେବାରେ ସହମତି ପ୍ରକାଶ କରିଥିଲେ । ତେବେ ଗୋଟିଏ ମେସେଜ ଏବଂ ବିଜ୍ଞାପନ ପାଇଁ କଳାକାରମାନେ ୨ଲକ୍ଷରୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗିଥିଲେ । କୋବ୍ରାପୋଷ୍ଟ ପକ୍ଷରୁ କରାଯାଇଥିବା ଏହି ଷ୍ଟିଙ୍ଗ୍ ଅପରେସନ ସହ ଜଡିତ ପୋଷ୍ଟ ଏବଂ ଟ୍ବିଟର ପୋର୍ଟାଲରେ ଟ୍ବିଟ୍ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.