ଘର ଭିତରୁ ୧୮ଟି ନାଗଛୁଆ ସହ ନାଗୁଣୀ ଉଦ୍ଧାର
27/06/2019 at 9:56 AM

ବାରିପଦା ୨୭|୬: ଘର ଭିତରୁ ୧୮ଟି ନାଗଛୁଆ ସହିତ ଗୋଟିଏ ନାଗୁଣୀ ଉଦ୍ଧାର । ମୟୂରଭଞ୍ଜ ତାଡକିଝରଣ ଗାଁର ଗୋବିନ୍ଦ ଟୁଡୁଙ୍କ ଘରୁ ଏହି ନାଗସାପକୁ ଉଦ୍ଧାର କରାଯାଇଛି । ସାପ ଉଦ୍ଧାର କାରୀ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପହଞ୍ଚି ପ୍ରଥମେ ଗୋଟିଏ ନାଗ ସାପ ଛୁଆ ଉଦ୍ଧାର କରିଥିଲେ ।

ଏହା ପରେ ଗୋବିନ୍ଦଙ୍କ ଶୋଇବା ଘରୁ ଗୋଟିଏ ପରେ ଗୋଟିଏ ୧୮ଟି ନାଗ ସାପ ଛୁଆ ସହିତ ଗୋଟିଏ ନାଗୁଣୀ ଧରିଥିଲେ । ଉଦ୍ଧାର ସାପଗୁଡିକୁ ଶିମିଳିପାଳ ପାଦଦେଶରେ ଛାଡି ଦିଆ ଯାଇଛି ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021