Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଜାଲରେ ଫସିଗଲା ନାଗସାପ, ବହୁ କଷ୍ଟରେ ଉଦ୍ଧାର କଲେ ଗାଁ ଲୋକେ

18/10/2020 at 12:40 PM

ଭଦ୍ରକ, ୧୮୧୦: ବିଲରେ ଗାଈ ଗୋରୁ ନ ପଶିବା ପାଇଁ ଜାଲ ବାନ୍ଧିଥିଲେ ଚାଷୀ । କିନ୍ତୁ ଜାଲରେ ଲାଗିଗଲା ୬ ଫୁଟର ନାଗ ସାପ । ବାହାରିବା ପାଇଁ ଚେଷ୍ଟା କରି ଜାଲରେ ଗୁଡେଇ ହୋଇଗଲା । ଶେଷରେ ଜାଲ କାଟି ବାହାର କରି ଛାଡିଦେଲେ ଲୋକେ । ଏହିଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରାହଣିଆ ପଞ୍ଚାୟତ ରାଢୋ ଗାଁ ରେ ।

ରବିବାର ସକାଳେ ଗାଁର ବିଲ ରେ ବନ୍ଧା ଯାଇଥିବା ଜାଲରେ ନାଗ ସାପ ଗୁଡେଇ ହୋଇଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ବହୁ ଚେଷ୍ଟା ସତ୍ତ୍ୱେ ନାଗ ସାପଟି ଜାଲରେ ସମ୍ପୁର୍ଣ ଗୁଡେଇ ହୋଇଯାଇଥିଲା । ବାହାରି ପାରିନଥିଲା । କହିବାକୁ ଗଲେ ସାପଟି ଫସି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ ।

ଶେଷର ସାପକୁ ଜାଲରୁ  ବାହାର କରିବା ପାଇଁ ଜାଲଟିକୁ କାଟିଥିଲେ ଗ୍ରାମବାସୀ। ଏହାପରେ ସାପଟି ଉଦ୍ଧାର ହୋଇଥିଲା । ସାପ ଟିର ଲମ୍ବ ୬ ଫୁଟରୁ ଅଧିକ ବୋଲି ସୂଚନା ମିଳିଛି । ଉଦ୍ଧାର ପରେ ସାପଟିକୁ ଗ୍ରାମବାସୀ ଏକ ଜଙ୍ଗଲିଆ ଅଞ୍ଚଳରେ ଛାଡିଥିବା ସୂଚନା ମିଳିଛି ।

   Related Posts