Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କୁକୁଡାକୁ ମାରି ଏକାବେଳେ ୭ଟି ଅଣ୍ଡା ଗିଳିଦେଲା ନାଗ, ହେଲେ ହଜମ କରିନପାରି କେମିତି ଓଗାଳୁଛି ଦେଖନ୍ତୁ…

27/07/2019 at 12:16 PM

ଉଦଳା ୨୭|୭:  କୁକୁଡା ଭାଡିରେ ପଶିଥିବା ଏକ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ । ସାପଟି ଗୋଟିଏ କୁକୁଡାକୁ ମାରିଥିବା ବେଳେ ଅଣ୍ଡା ଗିଳି ଦେଇଥିଲା । ଉଦ୍ଧାର ହେବା ପରେ ସାପଟି ଅଣ୍ଡା ଓଗାଳିଛି । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ଉଦଳାଠାରେ ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୩ ନଂ ଓ୍ବାର୍ଡର ସିଦ୍ଧାର୍ଥ ମଲ୍ଲିକଙ୍କ ଘରେ କୁକୁଡା ଭାଡି ଘରେ ଏକ ବିଷାକ୍ତ ନାଗ ସାପ ପଶିଥିବା ଜାଣିବାକୁ ପାଇଥିଲେ ପରିବାରଲୋକେ । ଆଜି ସକାଳ ସମୟରେ କୁକୁଡା ଭାଡିକୁ ସିଦ୍ଧାର୍ଥଙ୍କ ସ୍ତ୍ରୀ ଯାଇଥିବା ବେଳେ ସାପଟି ପଶିଥିବା ଦେଖିବାକୁ ପାଇଥିଲେ ।

ସାପଟି କୁକୁଡା ଭାଡିରେ ଏକ କୁକୁଡାକୁ ମାରି ଦେଇଥିବା ବେଳେ ଅଣ୍ଡା ଗିଳି ଦେଇଥିବାରୁ ଯାଇପାରି ନଥିଲା । ଏ ନେଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ଅଭିଜିତ୍ ବହେରାଙ୍କୁ ଯୋଗାଯୋଗ କରିବାରୁ ସେମାନେ ଘଟଣାସ୍ଥଳରେ ପହଂଚି ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ ।

ଉଦ୍ଧାର ହେବା ପରେ ସାପଟି ଗିଳିଥିବା ୭ ଗୋଟି ଅଣ୍ଡା ଓଗାଳିଥିଲା । ୭ ଗୋଟି ଅଣ୍ଡା  ମଧ୍ୟରୁ ଗୋଟିଏ ଅଣ୍ଡା ଫାଟି ଯାଇଥିବା ବେଳେ ଅନ୍ୟ ୬ ଗୋଟି ଅଣ୍ଡା ବାହାରିଥିଲା । ସାପଟିକୁ ଉଦ୍ଧାର କରିବା ପରେ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାଯାଇଛି । 

   Related Posts