ସାପ ଗିଳିଦେଲା ୪ଟି ଅଣ୍ଡା, କେମିତି ଓଗାଳୁଛି ଗିଳିଥିବା ଅଣ୍ଡା ଦେଖନ୍ତୁ…

Published By : Prameya-News7 Bureau | August 09, 2019 IST

ଉଦଳା ୯|୮: ମୟୁରଭଞ୍ଜ ଜିଲ୍ଲାରେ ଅଣ୍ଡା ଗିଳିଦେବା ପରେ ସାପ ଓଗାଳିଛି ଗିଳିଥିବା ୪ଟି ଅଣ୍ଡା । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ୍ କଷିଗଡିଆ ଗ୍ରାମରେ । 

{"id":142485}

ସୂଚନାଯୋଗ୍ୟ ଯେ, ମୟୂରଭ ଜିଲ୍ଲା କପ୍ତିପଦା ବ୍ଲକ୍ କଷିଗଡିଆ ଗ୍ରାମର ଧାବୁ ସୋରେନଙ୍କ ଘର ଭିତରକୁ ଏକ ବିଷାକ୍ତ ନାଗ ସାପ ପଶିଥିବା ପରିବାର ଲୋକେ ଦେଖିଥିଲେ । ଫଳରେ ପରିବାରଲୋକ ସ୍ନେକ ଲାଇଫ୍ ଲାଇନର ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ସ୍ନେକ ଲାଇଫ୍ ଲାଇନର ସଦସ୍ୟ ଅଭିଜିତ ବେହେରା ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ ।

{"id":142486}

ତେବେ ଉଦ୍ଧାର କରିବା ପରେ ସାପଟି ଗିଳିଥିବା ୪ଟି ଅଣ୍ଡା ଓଗାଳିଥିବା ଦେଖିବାକୁ ମିଳିଥିଲା । ସାପଟି ଅଣ୍ଡା ଓଗାଳିବା ପରେ ଅକ୍ଷତ ଅବସ୍ଥାରେ ତାକୁ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଇଛି ।

{"id":142487}

କିଛି ଦିନ ତଳେ ଉଦଳା ଏନଏସି ୩ ନଂ ଓ୍ବାର୍ଡରୁ ମଧ୍ୟ ଉଦ୍ଧାର ହୋଇଥିବା ଗୋଟିଏ ନାଗ ସାପ ୭ଟି ଅଣ୍ଡା ଓଗାଳିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.