Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଶୋଇଥିବା ବେଳେ ଆସିଲା, ଗୁଡାଇହୋଇ ୧ ଘଣ୍ଟା ରହିଲା: ପରେ ପାଟି କରିବାରୁ ଚୋଟେ ଦେଇ ଚାଲିଗଲା

12/09/2021 at 2:39 PM

ମହାରାଷ୍ଟ୍ର ୧୨/୦୯ : ସାପ ନାଁ ଶୁଣିଲେ ମନରେ ଆସିଯାଇ ଭୟ । ଆଉ ଜଣେ ଦେଖିଲେ ତାର ଅବସ୍ଥା କଣ ହେବ ସେକଥା ଜଣେ ଭୁକ୍ତ ଭୋଗୀ କହିପାରିବ । ହେଲେ ଜଣେ ୭ ବର୍ଷର ଝିଅର ବେକରେ ସାପ ଗୁଡାଇହୋଇ ରହିବା । ତା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏକଥା ସତ, କେବଳ ଗୁଡେଇ ହୋଇନଥିଲା । ପାଖାପାଖି ୧ ଘଣ୍ଟା ଯାଏଁ ସେଠାରେ ରହିଥିଲା ।

ଶନିବାର ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲା ବୋରାଖେଡି ଗାଁରେ ଘଟିଛି ଏଭଳି ଘଟଣା । ସୂଚନା ଥାଉକି, ଗୋଟିଏ ୭ ବର୍ଷର ଝିଅଟି ତଳେ ଶୋଇଥିଲା । ରାତି ପ୍ରାୟ ୧୧ଟା ବେଳେ ନାଗ ସାପ ଘରେ ପଶି କୁନି ଝିଅଟିର ବେକରେ ଗୁଡାଇ ହୋଇଯାଇଥିଲା । ଏହାସହ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ସାପ ଗୁଡାଇ ହୋଇ ରହିଥିଲା । ଏମିତିକି ଖୁବ ଜୋରରେ ଫଁ ଫଁ ଗର୍ଜନ ବି କରିଥିଲା ।

ଏହା ଶୁଣି ଝିଅଟିର ନିଦ ଭାଙ୍ଗିଯାଇଥିଲା । ଭୟରେ ସେ ଚିତ୍କାର କରିବାକୁ ଲାଗିଥିଲା । ଝିଅଟିର ଚିତ୍କାର ଶୁଣି ପାଖରେ ଶୋଇଥିବା ତା’ର ବାପା-ମାଙ୍କର ନିଦ ଭାଙ୍ଗି ଯାଇଥିଲା । ପାଖ ପଡୋଶୀ ମଧ୍ୟ ଉଠିଆସିଥିଲେ । ହେଲେ ଝିଅର ବେକରେ ସାପ୍‌ ଗୁଡାଇ ହୋଇଥିବାର ସମସ୍ତେ ଉପାୟଶୂନ୍ୟ ହୋଇଯାଇଥିଲେ । ଏହାପରେ ସାପ ଧରାଳିକୁ ଡକାଯାଇଥିଲା ।

ସାପ ଧରାଳି ଆସି ଏହା ଏକ ନାଗ ସାପ ବୋଲି କହିଥିଲେ । କିନ୍ତୁ ଧିରିବାରେ ସକ୍ଷମ ହୋଇନଥିଲେ । କାରଣ ସେତେବେଳକୁ ସାପଟି ଝିଅଟିକୁ ଚୋଟ ମାରି ସେଠାରୁ ଛୁ ମାରିଥିଲା । ଏବେ ଝିଅଟିକୁ ଚିକିତ୍ସା ପାଇଁ ନିକଟସ୍ଥ ସେବାଗ୍ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

   Related Posts