ଭଦ୍ରକରେ ପୁଣି ନାଗ ଆତଙ୍କ, ୩୦ରୁ ଅଧିକ ସାପ ଛୁଆ ଓ ୫୦ ଅଣ୍ଡା ଉଦ୍ଧାର

Published By : Prameya-News7 Bureau | July 03, 2020 IST

ଭଦ୍ରକ ୩।୭: ଭଦ୍ରକରେ ପୁଣି ସାପ ଆତଙ୍କ । ଧାମନଗର ବ୍ଲକ୍ ଅସୁରାଳି ଗଣେଶ ନଗରର ସଦାନନ୍ଦ ଜେନାଙ୍କ ଘରୁ ୩୦ରୁ ଅଧିକ ନାଗ ସାପ ଛୁଆ ଓ ୫୦ ଅଣ୍ଡା ଉଦ୍ଧାର ହୋଇଛି । ଗତ କିଛି ଦିନ ହେବା ସଦାନନ୍ଦଙ୍କ ଘରେ ସାପ ଦେଖାଦେଇଥିଲା  । ଏହାକୁ ଦେଖି ତାଙ୍କ ପରିବାର ଭୟଭୀତ ହୋଇଯାଇଥିଲା । ପରେ ସାପ ଧରାଳୀ ମିର୍ଜା ଆରଫିଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ ।

{"id":295261,"sizeSlug":"large"}

ମିର୍ଜା ଆରିଫ ଆଜି ଘରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଳାଖୋଳି କରି  ୩୦ରୁ ଅଧିକ ନାଗ ସାପ ଛୁଆ ଓ ୫୦ ଅଣ୍ଡା ଉଦ୍ଧାର କରିଛନ୍ତି । ଆହୁର ମଧ୍ୟ ଖୋଳା ଖୋଳି ଚାଲିଛି । ବଡ ସାପ ଥିବା ଆଶଙ୍କା କରି ମିର୍ଜା ଓ ତାଙ୍କର ୩ ଜଣ ସହଯୋଗୀ  ଘରର ବିଭିନ୍ନ ସ୍ଥାନ ଖୋଳାଖୋଳି ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.