Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପ୍ଲାଷ୍ଟିକ୍ ପରିବା ଡାଲା କଣାରେ ଫସିଗଲା ନାଗ ସାପ, ଦେଖନ୍ତୁ କେମିତି ହେଲା ଉଦ୍ଧାର

12/11/2019 at 12:08 PM

ଭୁବନେଶ୍ବର ୧୨।୧୧: ପ୍ଲାଷ୍ଟିକ୍ ପରିବା ଡାଲାରେ ଫସିଯାଇଥିବା ସାପଟିକୁ ଉଦ୍ଧାର କରାଯାଇଛି । ଝାରପଡା ପରିବା ହାଟରେ ଜଣେ ପରିବା ଦୋକାନୀଙ୍କ ପରିବା ଡାଲାର କଣାରେ ସାପଟି ଫସି ରହିଯାଇଥିଲା । ସାପଟିକୁ ଉଦ୍ଧାର କରିଛନ୍ତି ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ଝାରପଡା ପରିବା ହାଟରେ ଜଣେ ପରିବା ବ୍ୟବସାୟୀ ପରିବା ରଖିବା ପାଇଁ ପ୍ଲାଷ୍ଟିକ୍ କ୍ରେଟ୍ ଗୁଡିକୁ ସଜାଡିବା ବେଳେ ସାପର ଗର୍ଜନ ଶୁଣିବାକୁ ପାଇଥିଲେ । ଏଭଳି ଗର୍ଜନ ଶୁଣି ସେ ଭୟଭୀତ ହୋଇପଡିଥିଲେ । ତେବେ ଭଲ କରି ଦେଖିବା ବେଳକୁ ତଳେ ଥିବା ଏକ କ୍ରେଟରେ ଏକ ବଡ ନାଗ ସାପଟି ଫସି ରହିଥିଲା । ତୁରନ୍ତ ପରିବା ଦୋକାନୀ ସ୍ନେକ୍ ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ରାଜେଶ ସୁତାର ଘଟଣାସ୍ଥଳରେ ପହଞ୍ଚି ଏକ ଛୁରୀ ସାହାଯ୍ୟରେ କ୍ରେଟର ପ୍ଲାଷ୍ଟିକକୁ କାଟି ନାଗ ସାପଟିକୁ ଉଦ୍ଧାର କରିଛନ୍ତି  । ସାପଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଛି । ସାପଟି ସମ୍ଭବତଃ ବେଙ୍ଗକୁ ଖାଇବା ପାଇଁ ଯାଇ ପ୍ଲାଷ୍ଟିକ୍ ପରିବା କ୍ରେଟରେ ମୁଣ୍ଡ ଗଳେଇ ଦେଇ ଥିବା ଫସିଯାଇଥିଲା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ସାପ ଦଂଶନରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହେଉଥିବା ଜଣାପଡିଛି । ଅଧିକାଂଶ ସମୟରେ ସାପଗୁଡିକ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଥିବା ବେଳେ ସେମାନଙ୍କ ଦଂଶନରେ ବଳି ପଡୁଛନ୍ତି ନିରୀହ ଲୋକ । ତେବେ ରାଜ୍ୟରେ ଉପଯୁକ୍ତ ପ୍ରଶିକ୍ଷଣ ପ୍ରାପ୍ତ ସାପ ଧରାଳି ମଧ୍ୟ ନାହାନ୍ତି । ଯାହା ଫଳରେ ଜନବସତି ମୁହାଁ ସାପଗୁଡିକୁ ଧରାଯାଇପାରୁନାହିଁ ।

   Related Posts