ଗାଧୁଆ ଘରୁ ଉଦ୍ଧାର ହେଲା ନାଗସାପ, ଜଙ୍ଗଲରେ ଛାଡିଲା ବନ ବିଭାଗ

Published By : Prameya-News7 Bureau | October 04, 2021 IST

ଚାନ୍ଦବାଲି, ୦୪/୧୦:  ଚାନ୍ଦବାଲି ଏନଏସି ଅନ୍ତର୍ଗତ ଚାନ୍ଦବାଲି ମହାବିଦ୍ୟାଳୟ ନକଟରୁ ନାଗ ସାପ ଉଦ୍ଧାର । ମହାବିଦ୍ୟାଳୟ ନିକଟରେ ରହୁଥିବା ଗୌରାଙ୍ଗ ନାୟକ ଗାଧୁଆ ଘରୁ ସାପଟିକୁ ଉଦ୍ଧାର କରାଯାଇଛି ।

ନାଗସାପଟି ୪ ଫୁଟର ବୋଲି ଜଣାପଡିଛି ।  ଗାଧୁଆ ଘରକୁ ପ୍ରବେଶ କରିବା ପରେ ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇ ପଡିଥିଲେ । ଏନେଇ ସ୍ଥାନୀୟ ସାପ ଧରାଳୀଙ୍କୁ ଖବର ଦିଆ ଯାଇଥିଲା । 

ସ୍ଥାନୀୟ ସାପ ଧରାଳୀ ଧୁଖିରାମ ଦାସ କଲେଜ ଛକ ନିକଟରେ ପହଁଚି ନାଗଟିକୁ ଉଦ୍ଧାର କରିଥିଲେ । ଏହାପରେ ସାପଟିକୁ ଚାନ୍ଦବାଲି ବନ ବିଭାଗର କର୍ମଚାରୀଙ୍କୁ ହସ୍ତାର କରାଯାଇଛି । ବନ ବିଭାଗ କର୍ମଚାରୀ ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡିଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.