ବ୍ୟାଙ୍କ୍‌ରେ ନାଗ ସାପ ଆତଙ୍କ, ବନ୍ଦ ରହିଲା କାରବାର

Published By : Prameya-News7 Bureau | May 14, 2019 IST

ନୟାଗଡ ୧୪|୫: ଗଣିଆ ଇଣ୍ଡିଆନ ବ୍ୟାଙ୍କରେ ନାଗ ସାପ ଆତଙ୍କ । ଆଜି ସକାଳ ଠିକ୍ ୧୦ଟା ବେଳେ ବ୍ୟାଙ୍କ କର୍ମଚାରୀ ଆସି ବ୍ୟାଙ୍କ୍ ଖୋଲିଥିଲେ । କିନ୍ତୁ ଲିଙ୍କ୍ ନଥିବାରୁ ବହୁ ଲୋକ ଜମା ହୋଇରହିଥିଲେ । ଦିନ ପ୍ରାୟ ୧୧ଟା ପରେ ଲିଙ୍କ ଆସିବାରୁ ବ୍ୟାଙ୍କ ଭିତରେ ଶତାଧିକ ଲୋକ ଥିଲେ । ସବୁ ଠିକରେ ଚାଲିଥିଲା । ବସିଥିବା ସିଟ ତଳେ ହଠାତ୍ ଲୋକମାନେ ଦେଖିଲେ ଏକ ସାପ ଚେକା ମାରି ରହିଛି ।

{"id":111812}

ପରେ ତାହା ଏକ ନାଗ ସାପ ବୋଲି ଜଣାପଡିଲା । ଏହା ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିବା ସହ ହୋ ହାଲ୍ଲା ସୃଷ୍ଟି ହୋଇଥିଲା । ଶେଷରେ ବାଧ୍ୟ ହୋଇ କର୍ମଚାରୀମାନେ ବ୍ୟାଙ୍କ୍ ବନ୍ଦ କରିଦେଇଥିଲେ ।

{"id":111813}

ବ୍ୟାଙ୍କ୍ ମଧ୍ୟରେ ସାପଥିବା ନେଇ ବ୍ୟାଙ୍କ୍ ପକ୍ଷରୁ ଫରେଷ୍ଟ ଅଫିସକୁ ଫୋନ୍ କରାଯାଇଥିଲା । ତେବେ କର୍ମଚାରୀ ନଥିବା କହି ଜଙ୍ଗଲ ଅଧିକାରୀ ଫୋନ୍ କାଟିଦେଇଥିଲେ । ଅପରପକ୍ଷରେ ସ୍ନେକ୍ ହେଲ୍ପ ଲାଇନର ଅଜୟ ପାଳ ଘଟଣାସ୍ଥଳରେ ପହଞ୍ଚି ନାଗ ସାପଟିକୁ ବାହାର କରି ଗଣିଆ ଜଙ୍ଗଲରେ ଛାଡ଼ିଦେଇ ଆସିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.