Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଉପକୂଳ ମୁହାଁ ସାମୁଦ୍ରକି ଝଡ: ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିବ ‘ଗୁଲାବ’, ୩ ଘଣ୍ଟା ଧରି ଚାଲିବ ପ୍ରକ୍ରିୟା

26/09/2021 at 10:34 AM

ଭୁବନେଶ୍ୱର ୨୬/୦୯ : ରବିବାର ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଗୁଲାବ । ଏହାର ପ୍ରଭାବରେ ଗଜପତି, ଗଞ୍ଜାମ ଜିଲ୍ଲାରେ ଝିପଝିପ ବର୍ଷା ଆରମ୍ଭ ହୋଇଯାଇଛି । ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇଛି । ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ ।

ରାତି ୯ ଟା ପରେ ଆରମ୍ଭ ହେବ ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ପାଖାପାଖି ୩ ଘଣ୍ଟା ଧରି ଚାଲିବ ପ୍ରକ୍ରିୟା । ଏହି ସମୟରେ ପବନର ବେଗ ୭୦ ରୁ ୮୦ କିଲୋମିଟର ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ଜିଲ୍ଲା ବିଶେଷ ପ୍ରଭାବିତ ହେବ । ଏଠାରେ ୭୫ ରୁ ୮୫ ରହିବ ପବନର ବେଗ । ତେବେ ଆକସ୍ମିକ ବନ୍ୟା, ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ମଧ୍ୟ ରହିଛି ।

ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କୋରାପୁଟ, ମାଲକାନାଗିରିରେ ବି ପବନର ବେଗ ୪୫ ରୁ ୫୫ ରହିବ । କିନ୍ତୁ ସମୟେ ସମୟେ ୬୫ କିଲୋମିଟର ରହିବ ପବନର ଝଟକା । ଲ୍ୟାଣ୍ଡଫଲ ପରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବ ଗୁଲାବ୍ । ଏହାର ପ୍ରଭାବରେ ଆସନ୍ତା କାଲି ମଧ୍ୟ ବର୍ଷା ଜାରି ରହିବ । ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୧ ମିମି ରେକର୍ଡ ହୋଇଛି ବର୍ଷା ।

   Related Posts