Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କୋଷ୍ଟାଲ କ୍ଲିନ୍ ଡେ : ‘ମୋ ବିଚ୍’ କାର୍ଯ୍ୟକ୍ରମରେ ପୁରୀ ସମୁଦ୍ର ଉପକୂଳରେ ସଫେଇ

21/09/2019 at 10:33 AM

ପୁରୀ ୨୧।୯: ଆଜି ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍ ଡ଼େ। ଏହି ଅବସରରେ ଦେଶବ୍ୟାପୀ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀ ସମୁଦ୍ର ଉପକୂଳରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିର ୧୯ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ । ପୁରୀରୁ ଚନ୍ଦ୍ରଭାଗା, ଅସ୍ତରଙ୍ଗ, ବ୍ରହ୍ମଗିରି ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ସଫେଇ କରାଯାଇଛି ।

ଏହି ଅବସରରେ ବେଳାଭୂମିରେ ମାଗଣାରେ ଯୋଗ ଶିବିରର ଆୟୋଜନ କରାଯାଇଛି। ବେଳାଭୂମିକୁ ପ୍ରଦୂଷଣରୁ ରକ୍ଷା କରିବା, ପ୍ଲାଷ୍ଟିକର ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ କରିବା ଏବଂ ବେଳାଭୂମିକୁ ସଂପୂର୍ଣ୍ଣ ସ୍ବଚ୍ଛ ରଖିବା ଆଜି  ଦିନର ଉଦ୍ଦେଶ୍ୟ।

ସ୍କୁଲ, କଲେଜ ଛାତ୍ର ଛାତ୍ରୀ, ଏନସିସି, ସ୍କାଉଟ ଏବଂ ଗାଇଡ଼, ଲାଇଫଗାର୍ଡ଼, ଫଟୋଗ୍ରାଫର, ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି, ପ୍ରଶାସନିକ ଅଧିକାରୀ ସମସ୍ତେ ନିଜ ବେଳାଭୂମିର ସୁରକ୍ଷା ଏବଂ ପରିଷ୍କାର ପରିଛନ୍ନତା ପାଇଁ ଏହି ଅଭିଯାନରେ ସାମିଲ ହୋଇଛନ୍ତି।

ଆଜି ସକାଳ ୬ଟା ରୁ ୭ଟା ଏକଘଣ୍ଟା ଧରି ସଫେଇ କରାଯାଇଛି । ପୁରୀ ବେଳାଭୂମିର ସଫେଇ କାର୍ଯ୍ୟ ସହିତ ବ୍ଲୁ ଫ୍ଲାଗ୍ ବିଚ୍, ବାଙ୍କି ମୁହାଣର ଉନ୍ନତି କରଣ, ବେଳାଭୂମିରେ ଭେଣ୍ଡିଂ ଜୋନ୍ ଉପରେ ବିଭିନ୍ନ କାର୍ଯ୍ୟାକ୍ରମ କରିବାକୁ ଯୋଜନା କରିଛି ଜିଲ୍ଲା ପ୍ରଶାସନ।

   Related Posts