ଭଡା ବୃଦ୍ଧି ଦାବିରେ ଆଜି ମଧ୍ୟରାତ୍ରିରୁ ତାଳଚେରରୁ ଟ୍ରକ୍ ଯୋଗେ କୋଇଲା ପରିବହନ ବନ୍ଦ
30/06/2019 at 11:59 AM

ଅନୁଗୁଳ ୩୦|୬: ଆଜି ମଧ୍ୟ ରାତ୍ରିରୁ ଟ୍ରକ୍ ଯୋଗେ ଏମସିଏଲ ତାଳଚେର ଅଞ୍ଚଳରୁ କୋଇଲା ପରିବହନ ବନ୍ଦ ରହିବ। ଟ୍ରକ୍ ଭଡା ବୃଦ୍ଧି ନେଇ ଏହି ଆନ୍ଦୋଳନ ହେବ। ତାଳଚେର ଅଞ୍ଚଳର ପାଖାପାଖି ୭ ହଜାର ଟ୍ରକ୍ ଚଳାଚଳ ବନ୍ଦ ରହିବ। ପାଖାପାଖି ଅଢେଇ ହଜାର ଟ୍ରକ୍ ମାଲିକ ବନ୍ଦରେ ସାମିଲ ହେବେ।

ତାଳଚେର ଟ୍ରକ୍ ମାଲିକ ସଂଘର ବନ୍ଦ ଡାକରାକୁ ରାଜ୍ୟ ଟ୍ରକ୍ ମାଲିକ ସଂଘ ସମର୍ଥନ କରିଛନ୍ତି ବୋଲି ତାଳଚେର ଟ୍ରକ୍ ମାଲିକ ସଂଘର ସମ୍ପାଦକ କହିଛନ୍ତି । ଏହାର ପ୍ରଭାବରେ ରାଜ୍ୟର କ୍ଷୁଦ୍ର ଶିଳ୍ପ ଏବଂ ବୃହତ ଶିଳ୍ପ ନାଲକୋ, ଏନଟିପିସି, ଟିଟିପିଏସ ଭଳି ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଅଚଳାବସ୍ଥା ହୋଇପାରେ।
Related Posts
ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା
26 January 2021
ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26 January 2021