Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଚୋରା ଚାଲାଣ ବେଳେ ଧରାପଡିଲା ୬ଶହ ବ୍ୟାଗ୍ କୋଇଲା, ଟ୍ରକ୍ ଜବତ ସହ ୩ ଅଟକ

10/07/2021 at 3:16 PM

ଭଦ୍ରକ ୧୦।୭: ଭଦ୍ରକ ଜିଲ୍ଲାରେ ପୁଣି ସକ୍ରିୟ ହେଲେଣି କୋଇଲା ମାଫିଆ । ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୁଲମ ଖୁଲା ଚାଲାଣ ହେଉଛି ଚୋରା କୋଇଲା । ଏପଟେ ପୋଲିସର ଇଙ୍ଗିତରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆମାନେ ଦିନବେଳା କୋଇଲା ଚାଲାଣ କରୁଥିବା ଖବର ପାଇ ଚୋରା କୋଇଲା ଚାଲାଣ ହେଉଥିବା ଗାଡିକୁ ଜବତ କରିଛି ଏସଟିଏଫ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଧୂଷୁରୀ ଥାନା ପୋଲିସ ଏକ ଟ୍ରକକୁ ଥାନାରେ ଅଟକ ରଖିଛି ଦଶ ଚକିଆ ଟ୍ରକରେ ଚୋରା କୋଇଲା ବୋଝେଇ ହୋଇ ତିହିଡି ଅଞ୍ଚଳରୁ ଧାମନଗର ଓ ଯାଜପୁରକୁ ଚାଲାଣ ହେଉଥିବା ବେଳେ ଧରାପଡିଛି । ଅସୁରାଳି ବଜାର ପାଖରେ ଛିଡା ହୋଇଥିବା ବେଳେ ପୋଲିସ ଏହି ଗାଡ଼ିରେ ଥିବା ପ୍ରାୟ ୬୦୦ ଶହ ବସ୍ତା କୋଇଲା ବ୍ୟାଗ୍ ଯାହାର ଓଜନ ୩୦ ଟନ୍ ହେବ ଜବତ କରିଛି । ଗାଡିର ଡ୍ରାଇଭର ଓ ହେଲପର ଉଭୟଙ୍କୁ ଅଟକ ରଖିଥିବା ବେଳେ ଚୋରା କୋଇଲା ଚାଲାଣର ମୁଖ୍ୟ ଅଭିଯୁକ୍ତ ବାୟାକୁ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି । ଅଟକ ରହିଥିବା  ଡ୍ରାଇଭର ସନୋଜ ସାହା ଓ ହେଲପର ମକେଶ ଯାଦବ ବିହାର ରାଜ୍ୟର ହୋଇଥିବା ବେଳେ ଚୋରା କୋଇଲା ଚାଲାଣର ମୁଖ୍ୟ ତିହିଡି ଥାନା ହାଟୁଆରି ଗ୍ରାମର ଭଗବାନ ଦାସ ଓରଫ ବାୟାକୁ ମଧ୍ୟ ପଚରାଉଚରା କରୁଛି ଧୂଷୁରୀ ପୋଲିସ । ସୂଚନା ଅନୁଯାୟୀ ବାୟା ନାଁରେ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରପଡା, ଯାଜପୁର ଆଦି ଥାନାରେ ବହୁ ମାମଲା ରହିଛି ।

   Related Posts