ଆସନ୍ତା ୨୬କୁ ଘୁଞ୍ଚିଲା ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି, ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଲୀ ୧୪।୧୦: ଆସନ୍ତା ୨୬କୁ ଘୁଞ୍ଚିଲା ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି । ସମସ୍ତ ଦୋଷୀଙ୍କୁ ଅକ୍ଟୋବର ୨୬ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସ୍ପେଶାଲ ସିବିଆଇ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ଖଣି ଦୁର୍ନୀତି ମାମଲାରେ ପୂର୍ବତନ ଖଣି ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଶୀ ସାବ୍ୟସ୍ତ ହୋଇଥିଲେ । ସ୍ପେଶାଲ ସିବିଆଇ କୋର୍ଟ ଏ ନେଇ ରାୟ ଶୁଣାଇଥିଲେ । ପୂର୍ବତନ ମନ୍ତ୍ରୀ ରାୟଙ୍କ ସହ ଅନ୍ୟ ୪ ଦୋଷୀଙ୍କୁ ଦୀଲ୍ଲି କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

୧୯୯୯ରେ ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । କୋଇଲା ବ୍ଲକ୍ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିଲା । ଯାହାର ତଦନ୍ତ କରୁଛି ସିବିଆଇ । ୧୯୯୯ ମସିହାରେ ଝାଡଖଣ୍ଡ କୋଲ୍ ବ୍ଲକ୍ ଆବଣ୍ଟନରେ ଅନିୟମିତତା ନେଇ ଦିଲୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ୧୯୯୯ରେ ଝାଡଖଣ୍ଡରେ ବ୍ରହ୍ମଡିହା କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.