ହିଙ୍ଗୁଳା କୋଇଲା ଖଣିରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ଘଟଣା : ବିଧାୟକ ବ୍ରଜ ପ୍ରଧାନଙ୍କ ଗିରଫ ପ୍ରତିବାଦରେ ଆଜି ତାଳଚେର ବନ୍ଦ
30/10/2019 at 9:19 AM

ଅନୁଗୋଳ ୩୦।୧୦: ଅନୁଗୋଳ ଜିଲ୍ଲା ତାଳଚେର ହିଙ୍ଗୁଳା କୋଇଲା ଖଣିରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ଘଟଣା ପରେ ବିଧାୟକ ବ୍ରଜ ପ୍ରଧାନଙ୍କ ଗିରଫ ପ୍ରତିବାଦରେ ସମର୍ଥକମାନେ ତାଳଚେର ବନ୍ଦ ଡାକରା ଦେଇଛନ୍ତି । ଫଳରେ ଏମସିଏଲର ହିଙ୍ଗୁଳା, ବଳରାମ, ଲିଙ୍ଗରାଜ, ଭରତପୁର, ଭୁବନେଶ୍ବରୀ ଆଦି ଖଣି କାର୍ଯ୍ୟ ସମ୍ପୂର୍ଣ ବନ୍ଦ ରହିଛି ।

ଗତକାଲି ଖଣି ସଂପ୍ରସାରଣକୁ ବିରୋଧ କରି ପୋଲିସ-ଭାଲୁଗାଡିଆ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ନିଯୁକ୍ତି ଓ ଥଇଥାନ ଦାବି କରି ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କଙ୍କ ନେତୃତ୍ବରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଗ୍ରାମବାସୀ । ପୋଲିସ ବିଧାୟକଙ୍କ ସହ ୪୦୦ ଜଣଙ୍କୁ ଉଠାଇ ନେଇଥିବାବେଳେ ରାତିରେ ସମସ୍ତଙ୍କୁ ଛାଡିଦେଇଛି । ଏବେବି ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଅଘଟଣ ଆଶଙ୍କାରେ ପୋଲିସ ମୁତୟନ ଅଛନ୍ତି ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021