ମାତିଛନ୍ତି କୋଇଲା ମାଫିଆ: ଅବାଧରେ ଚାଲିଛି କାଠ କୋଇଲା ବିକ୍ରି, ଚୂପ୍ ବସିଛି ବନବିଭାଗ
4/04/2021 at 12:26 PM

ଆଠଗଡ଼ ୪/୪: ଆଠଗଡ ବନଖଣ୍ଡ ଏବେ କୋଇଲା ମାଫିଆଙ୍କ ଭୁସର୍ଗଃ ପାଲଟିଛି । ଏକଦା ବଜ୍ରକାପ୍ତା ମାଫିଆ ଓ ହାତୀ ମାଫିଆଙ୍କ ପାଇଁ ଚର୍ଚ୍ଚାରେ ଥିବା ଆଠଗଡ଼ ବନବିଭାଗ ଏବେ କୋଇଲା ମାଫିଆଙ୍କ ଆଡ୍ଡା ପାଲଟିଛି ।
ଜଙ୍ଗଲ ଭିତରେ ମୂଲ୍ୟବାନ ଶାଳ ପିଆଶାଳ ଗଛ ଗୁଡିକ କଟାଯାଇଛି । ଉକ୍ତ ଅଞ୍ଚଳରେ ଜଙ୍ଗଲ ର ବହୁ ଜାଗାରେ ରହିଛି ରହସ୍ୟମୟ ଗର୍ତ୍ତ । ଏହି ଗର୍ତ୍ତ ବିଷୟରେ କିଛି ନିରୀହ ଲୋକ ମାଫିଆ ମାନଙ୍କ ଶିକାର ଭୟରେ ପ୍ରତ୍ୟକ୍ଷରେ କିଛି କହିନଥିଲେ ମଧ୍ୟ ପରୋକ୍ଷରେ ସୂଚନା ଦେଇଥିଲେ । ମାଫିଆମାନେ ଏହି ଗର୍ତ୍ତ ସାହାର୍ଯ୍ୟରେ ବେଆଇନ ଭାବେ କାଠ କୋଇଲା ତିଆରି କରି ବିକ୍ରି କରୁଛନ୍ତି । ଏ ନେଇ ଖୁଣ୍ଟୁଣୀ ରେଞ୍ଜର ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ମାଧ୍ୟମରେ ଜଙ୍ଗଲରେ ନିଆଁ ବ୍ୟାପୁନାହିଁ ତ । ଜଙ୍ଗଲ ସୁରକ୍ଷା ନେଇ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥଲେ ମଧ୍ୟ ଗହନ ନିଦରେ ସୋଇଛି ଆଠଗଡ଼ ବନ ବିଭାଗ ଏଠି ଜଙ୍ଗଲର ନିରୀହ ଜୀବଜନ୍ତୁ ଏବେ ଭଗବାନଙ୍କ ଭରସାରେ ।