କୋଇଲା ବୋଝେଇ ଟ୍ରକ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିରେ ଡ୍ରାଇଭର ଓ ହେଲ୍ପର
30/05/2019 at 7:39 AM

ନୂଆପଡା ୩୦|୫: ନୂଆପଡାରେ ରାସ୍ତା ଉପରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଜାତୀୟ ରାଜପଥ ୩୫୩ ଖରିଆର ରୋଡରେ ଟ୍ରକରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କଲା ଦମକଳବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

ଅଗ୍ନିକାଣ୍ଡରେ ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ଗାଡିରେ ଥିବା କୋଇଲା ମଧ୍ୟ ସୁରକ୍ଷିତ ଥିବା ଜଣାପଡିଛି । ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଟ୍ରକ୍ ଟିରେ ହଠାତ୍ ନିଆଁ ଲାଗି ଯାଇଥିଲା ।