କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ, ଜଳିଗଲା ୨୦ବଗି

Published By : Prameya-News7 Bureau | December 24, 2019 IST

କଣ୍ଟାବାଞ୍ଜି ୨୪।୧୨: କୋଇଲା ବୋଝେଇ ଟ୍ରେନ୍ ରେ ଲାଗିଗଲା ନିଆଁ । ନିଆଁକୁ ଆୟତ୍ତ କଲା କଣ୍ଟାବାଞ୍ଜି ଦମକଳ ବାହିନୀ । କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି ।

{"id":201785,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ୧୧ଟା ୩୦ମିନିଟ୍‌ରେ ବିଶାଖାପାଟଣାରୁ ରାୟପୁର ଅଭୁମୁଖେ ଯାଉଥିବା ଟ୍ରେନ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ମୁରିବାହାଲ ଷ୍ଟେସନରେ ଲାଗିଥିବା ଜଣାପଡିଥିବା ବେଳେ ମୁରିବାହାଲ ଷ୍ଟେସନ କର୍ମଚାରୀ କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେଇଥିଲେ ।

{"id":201787,"sizeSlug":"large"}

କଣ୍ଟାବାଞ୍ଜି ଦମକଳ ବାହିନୀ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ୨୦ଟି ବଗିରେ ନିଆଁ ଲାଗିଥିବା ବେଳେ ବିଳମ୍ବିତ ରାତିରେ ନିଆଁକୁ ଆୟତ୍ତ କରାଯାଇଥିବା କଣ୍ଟାବାଞ୍ଜି ଦମକଳ ବାହିନୀ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.