ଭାରତରେ ଭୟଙ୍କର ରୂପ ନେଇପାରେ ବିଜୁଳି ସଂକଟ, ୬୪ଟି ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପାଖରେ ନାହିଁ ପର୍ଯ୍ୟାପ୍ତ କୋଇଲା

Published By : Prameya-News7 Bureau | October 06, 2021 IST

ନୂଆଦିଲ୍ଲୀ ୬/୧୦: ପାର୍ବଣ ଋତୁ ସମୟରେ ଦେଶରେ କୋଇଲା ସଂକଟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଯଦି କୋଇଲାର ଅଭାବ ଦେଶରେ ଅଧୀକ ଦେଖାଯାଏ ତେବେ ବିଜୁଳି କାଟ ହେବା ସୁନିଶ୍ଚିତ । ପ୍ରକୃତରେ କୋଇଲା ଖଣି ମାନଙ୍କର ଦୁରାବସ୍ଥା ଯୋଗୁଁ ଦେଶର ଥିବା ୬୪ଟି ତାପଜ ବିଦ୍ୟୁତ କେନ୍ଦ୍ରରେ ଆଉ ମାତ୍ର ଚାରି ଦିନରୁ କମ(କୋଇଲା) କୋଇଲା ଭଣ୍ଡାରରେ ସଞ୍ଚିତ ଅଛି ।

କୋଇଲା ଖଣିରୁ ଦୂରରେ ଥବା ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କୁ ନନ୍-ପିଟହେଡ କୁହାଯାଏ । ସରକାରୀ ହିସାବ ଅନୁଯାୟୀ ଏହି ବିଜୁଳି ଉତ୍ପାଦନ କେନ୍ଦ୍ର ଗୁଡ଼ିକରେ ଇନ୍ଧନର ଉତ୍ସଗୁଡ଼ିକ ଧୀରେ ଧୀରେ ସରିବାକୁ ଯାଉଛି । ଆଉ ମାତ୍ର ୩ ରୁ୪ ଦିନ ଭିତରେ ଗଚ୍ଛିତ ଇନ୍ଧନ ସରିଯିବାର ବହୁତ ସମ୍ଭାବନା ଅଛି।
କୋଇଲା ଅଭାବ ଯୋଗୁ ୪ଟି ବିଦ୍ୟୁତ ଉତ୍ପାଦନ ଠପ୍
ଦେଶରେ କୋଇଲା ସଂକଟ ର ପ୍ରଭାବ ରାଜ୍ୟର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ୟୁନିଟ ଉପରେ ପଡ଼ିଛି । ହରଦୁଆଗଞ୍ଜ ଓ ପାରେଖାରେ ଉଭୟ ଦୁଇଟି ୟୁନିଟରୁ ପୁରା ବିଦ୍ୟୁତ ଉତ୍ପାଦନ ଠପ୍ ହୋଇଯାଇଛି। ଅନ୍ୟାନ୍ୟ କୋଇଲା ଚାଳିତ ୟୁନିଟ ଗୁଡ଼ିକ ମଧ୍ୟ ବହୁତ କମ କ୍ଷମତାରେ କାମ କରୁଛନ୍ତି। ଏବେ ବିଦ୍ୟୁତ ଅଭାବ ପୁରଣ କରିବା ପାଇଁ ଅଧୀକ ବିଦ୍ୟୁତ କିଣିବାକୁ ପଡ଼ୁଛି।

wp:gallery {"ids":[523152],"linkTo":"none"} /wp:gallery


କୋଇଲା ନମିଳେ ବନ୍ଦ ହେବ ବିଦ୍ୟୁତ ଉତ୍ପାଦନ
ଏକ ବିଶେଷ ସୁତ୍ରରୁ ପ୍ରକାଶ ପାଇଛି ଯେ ଓବରା ପାଖରେ ଚାରି ଦିନ ଓ ଅନପରା ପାଖରେ ଆଉ ମାତ୍ର ତିନି ଦିନ ପାଇଁ କୋଇଲା ଗଚ୍ଛିତ ହୋଇ ରହିଛି। ଯଦି ଏମାନଙ୍କ ପାଖରେ ଶୀଘ୍ର କୋଇଲା ନ ପହଞ୍ଚିବ ତେବେ ତାଙ୍କର ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯିବାର ବହୁତ ସମ୍ଭାବନା ଅଛି। କୋଇଲାର ଅଭାବୀ ପାଇଁ ଏବେ ପାୱାର କର୍ପୋରେସନର ତ୍ରୁଟି ସମସ୍ତଙ୍କ ସାମ୍ନାକୁ ଆସିଛି।

wp:gallery {"ids":[523155],"linkTo":"none"} /wp:gallery

ଘରୋଇ ଖଣିରୁ ୫୦ ପ୍ରତିଶତ କୋଇଲା ବିକ୍ରି ପାଇଁ ନିୟମ ସଂଶୋଧନ
ଘରୋଇ କୋଇଲା ଖଣିରୁ ୫୦ ପ୍ରତିଶତ କୋଇଲା ବିକ୍ରି ନିୟମକୁ ମଙ୍ଗଳବାର ସରକାର ସଂଶୋଧନ କରିଛନ୍ତି । ଏହାଦ୍ୱାରା ୫୦୦କୋଟି ଟନରୁ ଅଧୀକ କ୍ଷମତା ବିଷିଷ୍ଟ ୧୦୦ ରୁ ଅଧୀକ ଲିଗ୍ନାଇଟ୍ ଖଣି ଲାଭବାନ ହେବେ । ଏହାସହ ସମସ୍ତ କୋଇଲା ଓ ଲିଗ୍ନାଇଟ ଖଣିଥିବା ରାଜ୍ୟମାନେ ମଧ୍ୟ ଉପକୃତ ହେବେ । କୋଇଲା ମନ୍ତ୍ରଣାଳୟ କହିଛି ଖଣିଜ ରିହାତି ନିୟମ ୧୯୬୦ କୁ ଆମେ ସଂଶୋଧନ କରିଛୁ ।

ଏହା ଦ୍ୱାରା ଘରୋଇ ଖଣିରୁ କୌଣସି ଏକ ଆର୍ଥିକ ବର୍ଷରେ ଉତ୍ପାଦନର ୫୦ଭାଗ କୋଇଲା ବା ଲିଗନାଇଟ ବିକ୍ରି ହୋଇ ପାରିବ। ଏଥିପାଇଁ ତାଙ୍କୁ ଅଧୀକ ପଇସା ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ଏହା କରିବା ପୂର୍ବରୁ ସମ୍ପୃକ୍ତ ଖଣି ମାଲିକଙ୍କୁ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ସମ୍ପୁର୍ଣ୍ଣ ଆବଶ୍ୟକତା କୁ ପୁରା କରିବାକୁ ପଡ଼ିବ। ଏହା ପୂର୍ବରୁ ଖଣି ଓ ଖଣିଜ ପଦାର୍ଥ (ବିକାଶ ଏବଂ ନିୟମାବଳୀ) ଅଧୀନିୟମରେ ସଂଶୋଧନ କରାଯାଇଥିଲା। ଏହି ବ୍ୟବସ୍ଥା ଉଭୟ ସରକାରୀ ଓ ବେସରକାରୀ ଖଣି ପାଇଁ ଲାଗୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.