କେଜରିଓ୍ୱାଲଙ୍କୁ ଟାର୍ଗେଟ କଲେ ଆର.କେ ସିଂହ: କହିଲେ ଦିଲ୍ଲୀରେ ନାହିଁ ବିଜୁଳି ସଂକଟ, ଅଯଥାରେ ହେଉଛି ଗୁଜବ ପ୍ରଚାର

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦/୧୦: ରାଜଧାନୀ ଦିଲ୍ଲୀରେ ବିଜୁଳି ସଙ୍କଟ ଘଟଣା ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର କେ ସିଂହ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜାଣିଶୁଣି ଲୋକଙ୍କ ମଧ୍ୟରେ ଅଯଥା ଭ୍ରମ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି । ଏହାସହ ଦିଲ୍ଲୀରେ କୌଣସି ବିଜୁଳି ସଙ୍କଟ ନାହିିଁ ଏବଂ ସେଠାରେ ପ୍ରଚୁର ପରିମାଣରେ କୋଇଲା ମହଜୁଦ ଅଛି ବୋଲି ସେ କହିଛନ୍ତି ।

ଆର କେ ସିଂହ କହିଛନ୍ତି, ଉପରାଜ୍ୟପାଳ ସମ୍ଭାବିତ ବିଜୁଳି ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲେଖିଥିବା ପତ୍ର ସମ୍ପର୍କରେ ତାଙ୍କ ସହିତ ଚର୍ଚ୍ଚା କରିଛନ୍ତି । ତେବେ ଏହି ଘଟଣା ଉପରେ ସରକାରୀ ଅଧିକାରୀମାନେ ନଜର ରଖିଛନ୍ତି ବୋଲି ସେ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ତା ସହିତ ଆଜି ବିଏସଇଏସ, ଏନଟିପିସି ଏବଂ ଶକ୍ତି ମନ୍ତ୍ରାଳୟର ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା ।

ତେବେ ଦିଲ୍ଲୀରେ ବିଜୁଳି ସଙ୍କଟ ଦେଖାଯିବ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଗେଲ ଓ ଦିଲ୍ଲୀ ଡିସ୍କାମ ଭିତରେ ଚୁକ୍ତି ଶେଷ ହେବାକୁ ଥିବାରୁ ଏଭଳି ସଙ୍କଟ ଦେଖାଯିବା ନେଇ ଆଶଙ୍କା ଦେଖାଦେଇଛି । ହେଲେ ଏନେଇ ସେ ଗେଲର ସିଏମଡିଙ୍କ ସହିତ ଆଲୋଚନା କରିଛନ୍ତି । ସେ ମଧ୍ୟ ଭରସା ଦେଇଛନ୍ତି ଯେ, ଗ୍ୟାସ ଯୋଗାଣ ବନ୍ଦ ହେବ ନାହିଁ ।

wp:html /wp:html

ତେବେ ବିଜୁଳି ସଙ୍କଟ ନେଇ ଯେଉଁ ମିଛ ଖବର ଖେଳାଯାଉଛି, ତାହା ଭୁଲ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଆର କେ ସିଂହ । ଆର କେ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ ଅଧିକାରୀମାନେ ଏହି ଘଟଣା ଉପରେ ନଜର ରଖିଛନ୍ତି । ଆଜିର ଦିନରେ ଆମ ପାଖରେ ୪ଦିନରୁ ଅଧିକ ଦିନ ପାଇଁ ଷ୍ଟକ୍ ବାକି ଅଛି । ହେଲେ ଏନେଇ ଚିନ୍ତା କରିବା ଅନୁଚିତ୍ ।

ସୂଚନାଯୋଗ୍ୟ ଯେ, ରାଜଧାନୀ ଦିଲ୍ଲୀରେ ବିଜୁଳି ସମସ୍ୟା ଦେଖାଦେଇପାରେ ବୋଲି ଚିନ୍ତା ପ୍ରକାଶ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରିୱାଲ । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ । କୋଇଲା ଅଭାବ ଯୋଗୁ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ କାରଖାନାର କାମ ପ୍ରଭାବିତ ହେବ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ । ହେଲେ ଆଜି କେନ୍ଦ୍ରମନ୍ତ୍ରୀ ଏ ସମ୍ବନ୍ଧରେ ସଫେଇ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.