Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

କୋଇଲା ସମୃଦ୍ଧ ଓଡ଼ିଶାରେ କୋଇଲା ସଙ୍କଟ ! ପ୍ରଭାବିତ ହେଲେଣି ଶିଳ୍ପାନୁଷ୍ଠାନ

18/10/2021 at 9:43 PM

ଭୁବନେଶ୍ଵର ୧୮।୧୦: କୋଇଲା ଉତ୍ପାଦନରେ ରାଜ୍ୟ ବଳକା,  କିନ୍ତୁ ଶିଳ୍ପାନୁଷ୍ଠାନ ପାଇଁ ମିଳୁନି କୋଇଲା ।  ରାଜ୍ୟରେ ବର୍ଷକୁ  ୮୫ ମିଲିୟନ ଟନ କୋଇଲା ଆବଶ୍ୟକ ହେଉଥିବା ବେଳେ ଏମସିଏଲ ବର୍ଷକୁ ୧୪୪ ମିଲିୟନ ଟନ କୋଇଲା ଉତ୍ପାଦନ କରୁଛି । କେନ୍ଦ୍ର ସରକାରଙ୍କ ନୂଆ ନିୟମ ପାଇଁ ରାଜ୍ୟର ଶିଳ୍ପ ସଂସ୍ଥାମାନେ କୋଇଲା ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଯଦି ଶିଳ୍ପାନୁଷ୍ଠାନଗୁଡ଼ିକୁ  ଆବଶ୍ୟକୀୟ  ମୁତାବକ କୋଇଲା ନ ଯୋଗାଇ ଦିଆଯାଏ ତାହେଲେ ବନ୍ଦ ହେବ ଶିଳ୍ପାନୁଷ୍ଠାନ। ଏହାର ସିଧାସଳଖ ପ୍ରଭାବ ରାଜ୍ୟର ରାଜସ୍ଵ ଉପରେ ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି।

କୋଇଲା ସମୃଦ୍ଧ ଓଡ଼ିଶାରେ ବି ଦେଖାଦେଲାଣି କୋଇଲା ସଙ୍କଟ।  କୋଇଲା ସଙ୍କଟର ପ୍ରଭାବ ଶିଳ୍ପାନୁଷ୍ଠାନ ଉପରେ ପଡ଼ିଲାଣି ।  ରାଜ୍ୟରେ ବର୍ଷକୁ  ୮୫ ମିଲିୟନ ଟନ କୋଇଲା ଆବଶ୍ୟକ ଥିବା ବେଳେ ଏମିସିଏଲ ଉତ୍ପାଦନ କରୁଛି ୧୪୪ ମିଲିୟନ ଟନ କୋଇଲା ।  କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ଶକ୍ତି ପ୍ରକଳ୍ପଗୁଡ଼ିକୁ କୋଇଲା ଖଣିରୁ ଆଗେ କୋଇଲା ଯୋଗାଯିବ। ଅନ୍ୟ ପ୍ରକଳ୍ପକୁ ପଛରେ ଦେଖାଯିବ। ସେଥିପାଇଁ  ଏବେ ରାଜ୍ୟରେ କୋଇଲ ଉତ୍ପାଦନ ବଢ଼ିଥିଲେ ବି ରାଜ୍ୟ ଭିତରେ ଥିବା ଶିଳ୍ପ ସଂସ୍ଥା କୋଇଲା ସଙ୍କଟର ସମ୍ମୁଖୀନ ହେଉଛନ୍ତି।

ସ୍ପଞ୍ଜ ଆଇରନ ୟୁନିଟଗୁଡ଼ିକ ୬୦ ପ୍ରତିଶତ କୋଇଲା ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହି ମାସ ସୁଦ୍ଧା କୋଇଲା ନମିଳିଲେ ସେମାନେ ବନ୍ଦ ହୋଇଯାଇପାରନ୍ତି । ସେହିପରି ଆଲମ୍ୟୁନିୟମ ୧୪ ଦିନ ବଦଳରେ ଏବେ ୩ ଦିନ ପାଇଁ କୋଇଲା ଷ୍ଟକ ଅଛି। ସେହିଭଳି ଷ୍ଟିଲ ପ୍ରକଳ୍ପ ଗୁଡିକ ଏବେ ୭ ଦିନ ପାଇଁ କୋଇଲା ଷ୍ଟକ ଅଛି।  ରାଜ୍ୟର ଉତ୍ପାଦିତ କୋଇଲାକୁ ବାହାର ରାଜ୍ୟର ପାୱାର କମ୍ପାନିକୁ ଦିଆଯାଉଛି। ତେଣୁ ରାଜ୍ୟରେ ଯେତିକି କୋଇଲା ଉତ୍ପାଦନ ହେଉଛି ବାହାର ରାଜ୍ୟକୁ ନ ଦେଇ ରାଜ୍ୟ ଭିତରେ ଥିବା ଶିଳ୍ପାନୁଷ୍ଠାନ ମାନଙ୍କୁ ଦେବାକୁ ଦାବି କରିଛି ଝାରସୁଗୁଡା ଚାମ୍ବର ଅଫ କର୍ମସ।

ଏନେଇ ଉତ୍କଳ ଜାମ୍ବର ଅଫ କର୍ମସ ପକ୍ଷରୁ ଶିଳ୍ପନୂଷ୍ଠାନ ମାନଙ୍କ କୋଇଲା ଯୋଗାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦିଆଯାଇଛି । ଏପଟେ  ଇସ୍ପାତ ଓ ଖଣି ମନ୍ତ୍ରୀ କହିଛନ୍ତି ଗତ ବର୍ଷ ଅପେକ୍ଷା କୋଇଲା ଉତ୍ପାଦନ ବଢ଼ିଛି। କିନ୍ତୁ ଶିଳ୍ପନୁଷ୍ଠାନମାନଙ୍କୁ କୋଇଲା ଯୋଗାଇବା ସମ୍ପୂଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ବ୍ୟାପାରା।  ଶିଲ୍ପନୁଷ୍ଠାନ ମାନଙ୍କରେ ଯେଉଁ କୋଇଲା ଅଭାବ ଦେଖା ଦେଇଛି ଏନେଇ କେନ୍ଦ୍ର କୋଇଲା ମନ୍ତ୍ରୀକୁ ଅବଗତ କରାଯିବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।  

ବିଶେଷ କରି ଷ୍ଟିଲ, ଆଲମ୍ୟୁନିୟମ ଭଳି ଧାତବ ସମ୍ବନ୍ଧିୟ ଶିଳ୍ପସଂସ୍ଥାମାନେ କୋଇଲା ଆବଶ୍ୟକ କରିଥାନ୍ତି।  କୋଇଲା ଅଭାବରୁ ଥରେ ଶିଳ୍ପନୁଷ୍ଠାନ ବନ୍ଦ ହେଲେ ଏହା କାର୍ଯ୍ୟକ୍ଷମ ହେବା ପାଇଁ ୬ମାସ ଲାଗିଯିବ ବୋଲି ଆଶଙ୍କା ରହିଛି।

   Related Posts