ଖଣି ବନ୍ଦ ଆନ୍ଦୋଳନ ପାଇଁ ଏନଟିପିସିରେ ବଢୁଛି କୋଇଲା ସଙ୍କଟ, ୬ ୟୁନିଟ୍ ବଦଳରେ ଚାଲିଛି ମାତ୍ର ୨ ୟୁନିଟ୍
6/08/2019 at 3:18 PM

ଅନୁଗୋଳ ୬|୮: ତାଳଚେରରେ ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ ବଢିଲା ସମସ୍ୟା । ଏପଟେ ଏନଟିପିସି କଣିହାଁରେ ବଢିଲା କୋଇଲା ସଙ୍କଟ । ଏନଟିପିସି ଷ୍ଟକୟାର୍ଡରେ କୋଇଲା ନାହିଁ । ୬ ୟୁନିଟ ବଦଳରେ ବର୍ତ୍ତମାନ ମାତ୍ର ୨ଟି ୟୁନିଟ୍ ଚାଲିଛି । ୩୦୦୦ ମେଗାୱାଟ ପରିବର୍ତ୍ତେ ମାତ୍ର ୭ଶହ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି ।

ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ ପାଖାପାଖି ୧୦ କୋଟି ଟଙ୍କା ରାଜସ୍ବ ହରାଇ ସାରିଲାଣି ଏନଟିପିସି । ସେପଟେ କୋଇଲା ଖଣି ଶ୍ରମିକଙ୍କୁ ନୋ ୱାର୍କ ନୋ ପେ’ ର ନୋଟିସ୍ ଦେଇଛି ଏମସିଏଲ । ଏହାର ପ୍ରତିବାଦରେ ତାଳଚେରର ସମସ୍ତ ଟ୍ରେଡ୍ ୟୁନିୟନ କାମ ଆଉ ସୁରକ୍ଷା ଦାବିରେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021