କୋଇଲା ଖଣି ବିସ୍ଥାପିତଙ୍କ ମାମଲା ବିଚାର ପ୍ରସଙ୍ଗ : ଖୁବଶୀଘ୍ର ଝାରସୁଗୁଡାରେ ଗଠନ ହେବ କୋଲ୍ ବିଅରିଂ ଟ୍ରିବ୍ୟୁନାଲ !

Published By : Prameya-News7 Bureau | November 14, 2020 IST

ଝାରସୁଗୁଡା ୧୪।୧୧: ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଝାରସୁଗୁଡା ଜିଲ୍ଲା କୋଇଲା ଖଣି ବିସ୍ଥାପିତଙ୍କ ମାମଲା ବିଚାର ପାଇଁ ଖୁବ୍ ଶୀଘ୍ର ଝାରସୁଗୁଡାରେ କୋଲ ବିଅରିଂ ଟ୍ରିବ୍ୟୁନାଲ ଗଠନ ହେବା ନେଇ ଆଶା ସଞ୍ଚାର ହୋଇଛି । ଶୁକ୍ରବାର କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବରଗଡ ସାଂସଦ ସୁରେଶ ପୁଜାରୀଙ୍କୁ ପତ୍ର ଲେଖି ଏଭଳି ସୂଚନା ଦେଇଛନ୍ତି ।

{"id":361686,"sizeSlug":"large"}

ବର୍ତ୍ତମାନ ଓଡିଶାରେ ଦୁଇଟି କୋଲ୍ ବିଅରିଂ ଟ୍ରିବ୍ୟୁନାଲ ମଧ୍ୟରୁ ଝାରସୁଗୁଡା ଓ ସୁନ୍ଦରଗଡ କୋଇଲା ଖଣି ଅଞ୍ଚଳର ମାମଲା ବିଚାର ପାଇଁ ଢେଙ୍କାନାଳରେ ଓ ଅନୁଗୋଳ କୋଇଲା ଖଣି ଅଞ୍ଚଳର ବିସ୍ଥାପିତଙ୍କ ପାଇଁ ତାଳଚେର ଠାରେ କାର୍ଯ୍ୟ କରୁଛି । ଖୁବଶୀଘ୍ର ଢେଙ୍କାନାଳର ଟ୍ରିବ୍ୟୁନାଲକୁ ତାଳଚେର ସହ ମିଶାଇ ଝାରସୁଗୁଡାରେ ଅନ୍ୟ ଏକ ଟ୍ରିବ୍ୟୁନାଲ କୋର୍ଟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏମସିଏଲକୁ ଆନୁଷ୍ଠାନିକ ପ୍ରସ୍ତାବ ପଠାଇବକୁ ନିର୍ଦ୍ଦେଶ ଦିଆଯାଇଛି ।

{"id":361687,"sizeSlug":"large"}

ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାଂସଦ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଝାରସୁଗୁଡା ଜିଲ୍ଲାରେ କୋଇଲା ଖଣି, ବିସ୍ଥାପିତ ହେବେ ଏହି ଜିଲ୍ଲାର ଲୋକେ, ଜମି ହରାଇବେ ଏମାନେ । କିନ୍ତୁ ଜମିଜମା ସଂକ୍ରାନ୍ତୀୟ ସମସ୍ତ ମାମଲା ଲଢିବାକୁ ଯିବେ ଢେଙ୍କାନାଳ । ଏଭଳି କଣ ପାଇଁ ବୋଲି ପାର୍ଲିଆମେଣ୍ଟରେ ଗତ ସେପ୍ଟେମ୍ବର ମାସରେ ବରଗଡର ବିଜେପି ସାଂସଦ ସୁରେଶ ପୂଜାରୀ ପ୍ରଶ୍ନ କରି ଯୁକ୍ତି ଉପସ୍ଥାପନ କରିଥିଲେ । ସାଂସଦଙ୍କ ନିକଟରେ ଝାରସୁଗୁଡା ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ଏହି ଦାବି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.